fbpx
BSKY
BJD MC SKY
BJD YOUTH SKY

ଦଶହରାରେ୧୫ଟି ହଲ୍‌ରେ ଆସିବ ପପୁ ଓ ମନୀଷାଙ୍କ ଆକ୍ସନ୍‌, କମେଡି ସିନେମା ‘ଗାଁର ନାଁ ଗାଲୁଆପୁର’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ । ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ମୁଁ ଠାରେ ସାମ୍ବାଦିକ ସମ୍ମିଳନୀ ରେ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିଲା । ଏହି ଅବସରରେ ଚଳଚ୍ଚିତ୍ରର ପୋଷ୍ଟରକୁ ଅଭିନେତା ପପୁ ପମପମ୍‌ ଓ ଅଭିନେତ୍ରୀ ମନୀଷା ଉନ୍ନୋଚନ କରିଥିଲେ ।

ଏଥି ସହ ଚଳଚ୍ଚିତ୍ରର ଫାଷ୍ଟ ଲୁକ ମଧ୍ୟ ପ୍ରତିମାପ୍ରଡକ୍ସନସସ୍‌ର ୟୁଟୁବ ଚ୍ୟାନେଲରେ ଲୋକାର୍ପଣ କରାଯାଗଥିଲା । ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର  ଉପଦେଷ୍ଟା ସନ୍ତୋଷ ଶତପଥୀ, ପ୍ରଯୋଜକ ସମ୍ପ୍ରିତ୍‌ ସ୍ୱରୂ ଶତପଥୀ, ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର , କାହାଣୀକାର ନନ୍ଦଲାଲ୍‌ ମହାପାତ୍ର, କ୍ରିଏଟିଭ ହେଡ ପ୍ରଣୟ ଜେଠୀ ସମେତ ସମସ୍ତ କାଷ୍ଟ ଆଉ କ୍ରିଉ ଉପସ୍ଥିତ ଥିଲେ । ଗାଁର ନାଁ ଗାଲୁଆପୁର-ଏକ ଅଜବ ଗାଁର ଗଜବ କଥା । ପ୍ରତିମା ପ୍ରଡକ୍ସନ୍‌ ବ୍ୟାନର୍‌ ନିର୍ମିତ, ସନ୍ତୋଷ ଶତପଥୀ ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ସମ୍ପ୍ରିତ୍‌ ସ୍ୱରୂ ଶତପଥୀ । ତାଙ୍କ ସହ ସହପ୍ରଯୋଜନାରେ ସହଭାଗିତା କରିଛନ୍ତି ସମ୍ବିତ୍‌ ସ୍ୱରୂ ଶତପଥୀ, ଦୀପ୍ତିରଂଜନ ସାହୁ, ସବ୍ୟସାଚ୍ଚି ଜେନା ଓ ଦିବ୍ୟଲୋଚନ ସାହୁ । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର । ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତି । ହାସ୍ୟରସର କାହାଣୀ ଉପରେ ପର୍ଯ୍ୟବସିତ ଉକ୍ତ ଚଳଚ୍ଚିତ୍ରର ନାୟିକା ସାଜିଛନ୍ତି ନବାଗତା ବାରି ଦା ଝିଅ ମନୀଷା ଧରମହାପାତ୍ର ଏବଂ ତାଙ୍କ ବି କ୍ଷର ନାୟକ ସାଜିଛନ୍ତି ପପୁ ପମ୍‌ ପମ୍ । ଅନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ, କୁନା ତ୍ରିପାଠୀ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁଜିତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଆକ୍ସନ୍‌, କମେଡି ଓ ଇମୋସନ୍‌ ତ ମିଳିବ, ଏହା ବ୍ୟତୀତ ଓଲିଉଡରେ ମନୀଷାଙ୍କ ପହିଲି ପଦାର୍ପଣ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.