fbpx

ଅଗଷ୍ଟ ସୁଦ୍ଧା ଭାରତରେ ଏତିକି ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ସମ୍ଭାବନା !

ନୂଆଦିଲ୍ଲୀ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୪୯ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଯଦି ‘କଠୋର ପଦକ୍ଷେପ’ ଗ୍ରହଣ କରାନଯାଏ ତେବେ ୨୦୨୧ ଅଗଷ୍ଟ ୧ତାରିଖ ସୁଦ୍ଧା ଭାରତରେ 1 ମିଲିୟନରୁ ଅଧିକ କରୋନା ଯୋଗୁ ମୃତ୍ୟୁ ହୋଇପାରେ। ଏହାକୁ ଆମେରିକାର ସର୍ବୋଚ୍ଚ ବିଶ୍ୱ ଗ୍ଲୋବାଲ ସ୍ୱାସ୍ଥ୍ୟ ଅନୁସନ୍ଧାନ ସଂଗଠନ ଆକଳନ କରିଛି। ଏହି ଅନୁଷ୍ଠାନ ପୂର୍ବରୁ ୯ ଲକ୍ଷ ୬୦ ହଜାର ମୃତ୍ୟୁ ହେବ ନେଇ ଅନୁମାନ କରିଥିଲା।

ଗତ ସପ୍ତାହରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ କରାଯାଇଥିଲା। ଆମେରିକାର
ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସାଲିଭିଆନ ଏକ ବାର୍ତ୍ତାଳାପରେ ଏବିସି ନ୍ୟୁଜକୁ କହିଛନ୍ତି ଯେ ଭାରତରେ ମହାମାରୀ ଏବେ ନିୟନ୍ତ୍ରଣ ବାହାରେ।

କରୋନାରେ ଦେଶର ଅବସ୍ଥା ବିଗିଡିବା ମଧ୍ୟରେ ଆମେରିକା 100 ମିଲିୟନ ଡଲାର ସହାୟତା ପଠାଇଛି। ତେବେ ଆମେରିକା ପକ୍ଷରୁ ମଙ୍ଗଳବାର ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ବାରଣ କରାଯାଇଛି । ​​ଏହାଦ୍ୱାରା କରୋନା ସଂକ୍ରମଣର ଚେନ ଆଗକୁ ବଢି ପାରିବ ନାହିଁ । ହେଲେ ଆମେରିକାର ନାଗରିକ, ଗ୍ରୀନ୍ କାର୍ଡଧାରୀ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ର, କିଛି ଏକାଡେମିକ୍ ଏବଂ ପେସାଦାରଙ୍କୁ କିଭି ମାତ୍ରାରେ କୋହଳ ପ୍ରଦାନ କରାଯାଇଛି ।

ଇନଷ୍ଟିଚ୍ୟୁଟ୍ ଫର ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟ୍ (ଆଇଏଚ୍ଏମ୍ଇ) କହିଛନ୍ତି ଯେ, “ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କଠୋର ପଦକ୍ଷେପ ନେବା ଆବଶ୍ୟକ ରହିଛି । ସାମାଜିକ ଦୂରତା ଏବଂ ଚେହେରା ମାସ୍କର ବ୍ୟବହାର ନକରିବା ଯୋଗୁ ଭାରତର ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।” ଯଦି ଆସନ୍ତା ସପ୍ତାହ ମଧ୍ୟରେ ସର୍ବଭାରତୀୟ ମାସ୍କ ୯୫ ପ୍ରତିଶତ ବ୍ୟବହାର କରନ୍ତି, ତେବେ କରାଯାଇଥିବା ଅଧ୍ୟୟନ ଅନୁସାରେ ଅଗଷ୍ଟ ୧ ତାରିଖ ସୁଦ୍ଧା ୭୩ ହଜାର ମୃତ୍ୟୁ ସଂଖ୍ୟା ହ୍ରାସ ଘଟିବ।

Get real time updates directly on you device, subscribe now.