ନବଜାତକୁ ଜନ୍ମ ଦେଇ ଆଖିବୁଜିଲା ମା’, କୋଳେଇ ନେଲେ ସେବିକା

COVID-19 Updates
  • World 161,286,212
    World
    Confirmed: 161,286,212
    Active: 17,848,737
    Recovered: 140,088,412
    Death: 3,349,063
  • USA 33,587,746
    USA
    Confirmed: 33,587,746
    Active: 6,369,249
    Recovered: 26,620,689
    Death: 597,808
  • India 23,786,589
    India
    Confirmed: 23,786,589
    Active: 3,717,074
    Recovered: 19,810,143
    Death: 259,372
  • Brazil 15,361,686
    Brazil
    Confirmed: 15,361,686
    Active: 1,009,213
    Recovered: 13,924,217
    Death: 428,256
  • Turkey 5,072,462
    Turkey
    Confirmed: 5,072,462
    Active: 227,350
    Recovered: 4,801,291
    Death: 43,821
  • Russia 4,913,439
    Russia
    Confirmed: 4,913,439
    Active: 270,838
    Recovered: 4,527,878
    Death: 114,723
  • UK 4,441,975
    UK
    Confirmed: 4,441,975
    Active: 58,232
    Recovered: 4,256,103
    Death: 127,640
  • Italy 4,131,078
    Italy
    Confirmed: 4,131,078
    Active: 352,422
    Recovered: 3,655,112
    Death: 123,544
  • Germany 3,569,249
    Germany
    Confirmed: 3,569,249
    Active: 242,760
    Recovered: 3,240,300
    Death: 86,189
  • Pakistan 870,703
    Pakistan
    Confirmed: 870,703
    Active: 75,052
    Recovered: 776,315
    Death: 19,336
  • China 90,808
    China
    Confirmed: 90,808
    Active: 291
    Recovered: 85,881
    Death: 4,636

ବ୍ରହ୍ମପୁର, ୦୪/୦୫: ଜନ୍ମ ଦେଇ ଚାଲିଗଲା ମା’ ପରିବାର ଲୋକେ କରୋନାରେ ଆକ୍ରାନ୍ତ, କେହି ମଧ୍ୟ ସୁଯୋଗ ପାଇଲେ ନାହିଁ ନବଜାତକୁ ଦେଖିବା ପାଇଁ । ମା’ ଆରପାରିକୁ ଚାଲିଗଲା ପରେ ୬ ଦିନ ହେବ ନବଜାତଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଡାକ୍ତରଖାନାର ସେବିକାମାନେ ଏବେ ନବଜାତକ ପାଇଁ ପାଲଟିଛନ୍ତି ଯଶୋଦା । ବ୍ରହ୍ମପୁର ବଡ ମେଡିକାଲରେ  ଚକିତ୍ସିତ ହେଉଥିବା ଏଭଳି ଜଣେ ଶିଶୁର ଏକ ବେଦନା ଦାୟକ କାହାଣୀ ଦେଖିବାକୁ ମିଳିଛି ।

ପୁରୁଷୋତ୍ତମପୁର ଅଞ୍ଚଳର କୋଭିଡରେ ଆକ୍ରାନ୍ତ ହୋଇ ଜଣେ ଗର୍ଭବତୀ ମହିଳା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ । ଅସ୍ତ୍ରୋପଚାର ପରେ ମହିଳା ଏକ  ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ଏକ ମାସ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ ତାକୁ  ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କୋଠରୀକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେପଟେ କରୋନା ପଜିଟିଭ ସହ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ମହିଳା ଜଣଙ୍କ ୨ ଦିନ ପରେ ଆଖି ବୁଜି ଦେଇଥିଲେ । ସେପଟେ ମୃତ ମହିଳାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ପଜିଟିଭ ହୋଇସାରଥିଲେ ।

ମୃତ ମହିଳାଙ୍କ ସ୍ୱାମୀ ବ୍ରହ୍ମପୁରର ଏକ ଘରେ ସଙ୍ଗରୋଧରେ ଥିବାବେଳେ  । ମହିଳାଙ୍କ ଶାଶୁ, ଶ୍ୱଶୁର ପୁରୁଷୋତ୍ତମପୁରରେ ଗୃହ ସଂଙ୍ଗରୋଧରେ ରହିଛନ୍ତି । ସେହିପରି ମୃତ ମହିଳାଙ୍କ ମା’ କରୋନାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ପରିବାର ଲୋକ ନବଜାତକୁ ଦେଖିବାକୁ ମଧ୍ୟ ଯାଇପାରୁନାହାଁନ୍ତି ।

ଏହା ଭିତରେ ୬ ଦିନ ବିତିଯାଇଛି । ଶିଶୁକନ୍ୟାଟି ବଡ ଡାକ୍ତରଖାନାର ନବଜାତ ସ୍ୱତନ୍ତ କୋଠରୀରେ ରହି ଚିକିତ୍ସା ହେଉଛି । ସଂକ୍ରମିତ ମା’ଠାରୁ ଜନ୍ମ ହୋଇ ମଧ୍ୟ ଶିଶୁଟିର କରୋନା ଲକ୍ଷଣ ନାହିଁ । ୱାର୍ଡର ସେବିକାମାନେ ଶିଶୁଟିର ଯତ୍ନ ନେଉଛନ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନିୟମ ଅନୁସାରେ ତା’ର ଚିକିତ୍ସା କରାଯାଉଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁଣ୍ଡ କ୍ଷୀର ଏବଂ ଆବଶ୍ୟକୀୟ ଔଷଧ ଦିଆଯାଉଛି । ଶିଶୁଟି କରୋନାର କଷଣ ଭିତରେ ପେଷି ହେଇଯାଇଛି । ମା କୋଳରୁ ଅଲଗା ହୋଇଛି ପରିବାର ଲୋକ ପାଖ ମାଡି ପାରୁନଥିବା କହିଛନ୍ତି ୱାର୍ଡର ସେବିକା ।

Get real time updates directly on you device, subscribe now.

Leave A Reply

Your email address will not be published.