fbpx
BSKY SKY
BSKY SKY

High Security Number Plate ସମସ୍ୟାରେ ଲାଗୁନି ବ୍ରେକ: ଡେଡଲାଇନ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

BSKY

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ ଦେବା ଉପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଆଗକୁ ଏହାର ସମୟସୀମା ବଢିବ କି ନାହିଁ, ସେ ନେଇ ଯଥାଶୀଘ୍ର ସୂଚନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନେକ ସ୍ଥାନରେ ସ୍ଲଟ ବୁକିଂ କରିବା ପାଇଁ ସମସ୍ୟା ହେଉଥିବା ବେଳେ ଅକ୍ଟେବାର ପହିଲାରୁ ଏହାର ଯାଞ୍ଚ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଗାଡି ଚାଳକ ।

ଗାଡିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବ୍ୟବସ୍ଥା କାର୍ଯ୍ୟକାରୀ କରୀିବାର ସମୟସୀମାକୁ ବିରୋଧ କରି ଦୁଇଟି ମାମଲା ରୁଜୁ ହୋଇଥିଲା । ଯାହାକୁ ନେଇ ଆଜି ହାଇକୋର୍ଟରେ ଏହାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଆବଶ୍ୟକ ଭିତ୍ତିଭୂମି ନଥିବା ସହିତ ସ୍ଲଟ ବୁକିଂ କରିବା ପାଇଁ ଅସୁବିଧାର ସାମନା କରୁଛନ୍ତି ଗାଡି ଚାଳକ । ତେଣୁ ଏହାର ସମୟସୀମା ବୃଦ୍ଧି କରିବାର ଆବଶ୍ୟକ ରହିଛି । ତେବେ ଏହାର ସମୟସୀମାକୁ ନେଇ ବିଭାଗର କ’ଣ ପ୍ଲାନ ରହିଛି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ଦେଲ ବୋଲି କୋର୍ଟ ପଚାରିଛନ୍ତି । ତାଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ । ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ, ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଛି ।

ସାଧାରଣରେ ମଧ୍ୟ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟକୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ସ୍ଲଟ୍ ବୁକିଂ ହୋଇପାରୁନି ତ ଆଉ କେଉଁଠି ନେଟ୍ଓ୍ୱର୍କ ସମସ୍ୟା । ହାତରେ ଆଉ ମାତ୍ର ୨ ଦିନ । ଏଭଳି ପରିସ୍ଥିତିରେ କିଭଳି ନୂଆ ନମ୍ବର ପ୍ଲେଟ ଆବେଦନ କରିବେ ଚିନ୍ତାରେ ଗ୍ରାହକ । ୨ ଦିନ ଭିତରେ ସ୍ଲଟ୍ ବୁକିଂ ହୋଇପାରୁନି, ତା ହେଲେ ଅକ୍ଟୋବର ୧ ରୁ ଜରିମାନା ଗଣିବା ଥୟ ।

ଆସନ୍ତା ୩୦ ତାରିଖରେ ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି ଶେଷ ହେଉଛି । ଏହାପରେ କଡ଼ାକଡ଼ି ଯାଞ୍ଚ କରାଯାଇ ଫାଇନ୍ ଆଦାୟ ହେବ ବୋଲି ପୂର୍ବରୁ ପରିବହନ ବିଭାଗ ସ୍ପଷ୍ଟ କରିସାରିଛି । ତେବେ ନୂଆ ନମ୍ବର ପ୍ଳେଟ୍ ଲଗାଇ ନଥିଲେ ମଧ୍ୟ ଏଥିପାଇଁ ସ୍ଳଟ୍ ବୁକ୍ କରିଥିଲେ ଫାଇନ୍ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.