fbpx
BSKY
BJD YOUTH SKY
BJD MS SKY

ଆର ଭେଙ୍କଟରମଣି ଦେଶର ନୂତନ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଡଭୋକେଟ୍ ଆର ଭେଙ୍କଟରମଣିଙ୍କୁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ଭାରତର ଆଟର୍ଣ୍ଣି ଜେନେରାଲ ହେଉଛନ୍ତି କେ.କେ ଭେନୁଗୋପାଲ, ତାଙ୍କର କାର୍ଯ୍ୟକାଳ ଚଳିତ ମାସ ୩୦ ତାରିଖରେ ଶେଷ ହେଉଛି। ଭେନୁଗୋପାଳ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବା ପରେ ସରକାର ବର୍ତ୍ତମାନ ନୂତନ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି।

ଆର ଭେଙ୍କଟରମଣିଙ୍କ ନିଯୁକ୍ତି ପୂର୍ବରୁ ଦେଶର ଜଣାଶୁଣା ବରିଷ୍ଠ ଓକିଲ ମୁକୁଲ ରୋହତଗିଙ୍କୁ ସରକାର ଏହି ଅଫର ଦେଇଥିଲେ, କିନ୍ତୁ ସେ ଆଟର୍ଣ୍ଣି ଜେନେରାଲ ହେବାକୁ ମନା କରିଦେଇଥିଲେ। ତେବେ ସେ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନଥିବା ସେ କହିଛନ୍ତି। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ୍ ହେଉଛନ୍ତି କେ.କେ ଭେନୁଗୋପାଲ୍ ୩୦ ଜୁନ୍ ୨୦୧୭ ରୁ ତାଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୩ ବର୍ଷ ଥିଲା। ପରେ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇ ଦିଆଯାଇଥିଲା। ତାଙ୍କ ପୂର୍ବରୁ ମୁକୁଲ ରୋହତଗୀ ପୂର୍ବରୁ ମୋଦୀ ସରକାରରେ ଦେଶର ଆଟର୍ଣ୍ଣି ଜେନେରାଲର ଦାୟିତ୍ୱ ତୁଲାଇଥିଲେ।

ଆଟର୍ଣ୍ଣି ଜେନେରାଲ୍ କିଏ?

ଭାରତ ସରକାରରେ ଆଟର୍ଣ୍ଣି ଜେନେରାଲ୍ ପଦବୀ ଗୁରୁତ୍ୱପୁର୍ଣ୍ଣ ଅଟେ। ଆଟର୍ଣ୍ଣି ଜେନେରାଲ୍ ଭାରତ ସରକାରଙ୍କ ମୁଖ୍ୟ ଆଇନ୍ ପରାମର୍ଷଦାତା ଭୁମିକାରେ କାର୍ଯ୍ୟ କରନ୍ତି ଏବଂ ଆଇନ୍ ସମ୍ବନ୍ଧୀୟ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଷ ଦିଅନ୍ତି। ଆଟର୍ଣ୍ଣି ଜେନେରାଲ୍‌ଙ୍କ ନିଯୁକ୍ତି ଭାରତ ସରକାରଙ୍କ ପରାମର୍ଷ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି।

Get real time updates directly on you device, subscribe now.