fbpx

BigBoss-16 ରୁ ମିଳିବ ଏକ ହଜାର କୋଟି! ଶୋ’କୁ ନେଇ ଭାଇଜାନ କଲେ ଖୁଲାସା

ମୁମ୍ବାଇ: ସିଲଭର ସ୍କ୍ରିନ ଛାଡି ଛୋଟ ପରଦାରେ ଏବେ ଧମାକା କରୁଛନ୍ତି ବଲିଉଡର ଭାଇଜାନ । ବିଗବସ ଶୋ’ର ନୂଆ ସିଜନରେ ପୁଣି ଫେରୁଛନ୍ତି ସାଲମାନ ଖାନ । ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପ୍ରେସ କନଫରେନ୍ସରେ ଆସନ୍ତ ବିଗବସ-୧୬ର ପ୍ରଥମ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିଛନ୍ତି ଭାଇଜାନ । ଏହା ସହିତ ଆଉ ଏକ ବଡ ରହସ୍ୟ ଉପରୁ ମଧ୍ୟ ସେ ପରଦା ଉଠାଇଛନ୍ତି । ଏହି ଶୋ’ ପାଇଁ କେତେ ଟଙ୍କା ଫିସ୍ ପାଉଛନ୍ତି ସଲମାନ?

ବିଗବସ-୧୬ରେ ସାଲମାନଙ୍କ ଫିସକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଶୋ’ ପାଇଁ ଏକ ହଜାର କୋଟି ଟଙ୍କା ଦାବି କରୁଥିବା କୁହାଯାଇଛି । ତେବେ ଏହି ମାମଲାର ସତ୍ୟାସତ୍ୟ ଏବେ ଲୋକଲୋଚନକୁ ଆଣିଛନ୍ତି ବଲିଉଡର ଭାଇଜାନ । ଲଞ୍ଚ ଇଭେଣ୍ଟର ହୋଷ୍ଟ ଗୌହର ଖାନ ଯେତେବେଳେ ସଲମାନଙ୍କୁ ପଚାରିଥିଲେ, ସଲମାନ କହିଥିଲେ ମୋ ବିଷୟରେ ଶୁଣିବାକୁ ମିଳୁଥିବା ଏହି ଖବର ସବୁ ମିଛ। ମୋତେ ସତରେ ଯଦି ଏକ ହଜାର କୋଟି ମିଳିଥାନ୍ତା ତେବେ ମୁଁ ଜୀବନ ସାରା ଆଉ କାମ କରନ୍ତି ନାହିଁ। ହେଲେ ଏମିତି ଦିନ ଆସିବ, ଯେତେବେଳେ ମତେ ଏତିକି ପାରିଶ୍ରମିକ ମିଳିବ। ତା ଛଡା ମୋର ବି ଅନେକ ଖର୍ଚ୍ଚ ଅଛି ଯେମିତି ଓକିଲ ଖର୍ଚ୍ଚ..ଏତେ ଟଙ୍କା ମିଳିଲେ ମୋର କାମରେ ଆସିବ ବୋଲି ସଲମାନ କହିଛନ୍ତି। ସେ ଆହୁରି କହିଥିଲେ ମୋ ଓକିଲ ସଲମାନ ଖାଁଠାରୁ ବି କମ ନୁହଁନ୍ତି। ମୋ ପାଖକୁ ଯେତେ ଆସୁଛି ସବୁ ଚାଲି ଯାଉଛି।

ତେବେ ବିଗ୍ ବସ୍ ଫିସ ବାବଦରେ ସଲମାନ କେତେ ଅର୍ଥ ପାଉଛନ୍ତି ? ଏହାର ଖୁଲାସା କରି ସଲମାନ କହିଛନ୍ତି ବିଗବସ୍ର ଫି ଏହାର ଚାରିଭାଗରୁ ଏକଭାଗ ବି ନୁହେଁ। ଏମିତି ଗୁଜବ ଶୁଣି ଇନକମ୍ ଟାକ୍ସ ଏବଂ ଇଡି ତାଙ୍କ ଘରେ ପହଞ୍ଚି ଯାଉଛନ୍ତି ଏବଂ ସତ କ’ଣ ଜାଣିବା ପରେ ଯାଉଛନ୍ତି। ସଲମାନ କହିଛନ୍ତି, ବିଗ୍ ବସରେ ହୋଷ୍ଟ ହେବା ୧୨ ବର୍ଷ ହୋଇଗଲା। ଏହା ବହୁତ ଲମ୍ବା ସମୟ। ଏହି ଗେମକୁ ବହୁତ ଭଲ ପାଏ । ଏଥିରେ ଶିଖିବା ପାଇଁ ଅନେକ କିଛି ଅଛି। ତେବେ ଆଗକୁ କ’ଣ ହେବ ଜାଣିନି। କିନ୍ତୁ ଯାହା ହେବ ଭଲ ହେବ ବୋଲି ସେ କହିଛନ୍ତି। ଆଗାମୀ ସିଜନ୍ ଅଲଗା ହେବ ଏବଂ ଭିନ୍ନ ପ୍ରକାରର ହେବ ବୋଲି ବି ସେ କହିଛନ୍ତି ।

Get real time updates directly on you device, subscribe now.