fbpx

ଆଜି ରାଜ୍ୟରୁ ସର୍ବାଧିକ ୨୪୯୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୨୭, କୋରାପୁଟରୁ ୧୩୩, ଭଦ୍ରକରୁ ୧୦୨, ରାୟଗଡରୁ ୧୪୬, ସୁନ୍ଦରଗଡରୁ ୧୫୬, କଟକରୁ ୧୨୮, ଅନୁଗୁଳରୁ ୧୨, ବାଲେଶ୍ୱରୁ ୧୬୫, ବରଗଡରୁ ୩୬, ବଲାଙ୍ଗିରୁ ୯୨, ବୌଦ୍ଧରୁ ୧୧୫, , ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡାରୁରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରପଡାରୁ ୧୩, କେନ୍ଦୁଝରରୁ ୫୧, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡରୁ ୧୬, ନୂଆପଡାରୁ ୧୬, ପୁରୀରୁ ୯୩, ସମ୍ବଲପୁରରୁ ୮୧, ସୋନପୁରୁରୁ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.