fbpx

ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ଭୁବନେଶ୍ୱର, ୧୫।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ରେକର୍ଡ଼ ଅନୁସାରେ ଗତ ୧୫ ଦିନରେ ୧୫୬ ଜୀବନ ନେଲାଣି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.