fbpx

ବଡ଼ ଖବର: ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫, କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮, ନୟାଗଡ଼ରୁ ୧୬, ମୟୁରଭଞ୍ଜରୁ ୧୨, ବଲାଙ୍ଗୀରରୁ ୧୨, ପୁରୀରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୫, ଜଗତସିଂହପୁରରୁ ୫, କୋରାପୁଟରୁ ୫, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୨, କନ୍ଧମାଳରୁ ୨, ସମ୍ବଲପୁରରୁ ୨, ବରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.