fbpx

ପ୍ରଦେଶ ଜିତିବାରେ ପରେ ଏବେ ଦ୍ୱନ୍ଦରେ କଂଗ୍ରେସ , କାହାକୁ ମୁଖ୍ୟମନ୍ତ୍ରୀ କରିବେ ହାଇକମାଣ୍ଡ?

ନୂଆଦିଲ୍ଳୀ:ହିମାଚଳ ହାତେଇବା ପରେ କଂଗ୍ରେସ ମୁଣ୍ଡରେ ଏବେ ଚଡକ ପଡିଛି । ଏବେ ହିମାଚଳରେ କାହାକୁ ଆସନରେ ବସାଇବ ତାହାକୁ ନେଇ ଏବେ କଂଗ୍ରେସ ତାର ବୈଠକ ଆରମ୍ଭ କରି ଦେଇଛି । କାରଣ ପାହାଡି ରାଜ୍ୟର ଦାୟିତ୍ୱ କାହା ହାତକୁ ଏପରି ଟେକି ଦେବା ସହଜ ନୁହେଁ । ଗତକାଲି ଏହାକୁ ନେଇ କଂଗ୍ରେସ ଏକ ବୈଠକ କରିଛି । ବର୍ତ୍ତମାନ ଏହି ରେସରେ ୫ଜଣ ସାମିଲ ଅଛନ୍ତି ।ହିମାଚଳୟ ପୂର୍ବ କଂଗ୍ରେସ ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁକ୍ଖୁ, ସିପିଏଲ ନେତା ମୁକେଶ ଅଗ୍ନିହୋତା ,ସୁଧୀର ଶର୍ମା,ଚନ୍ଦ୍ର କୁମାର ଏବଂ ପ୍ରତିଭା ସିଂହ ଏହି ରେସରେ ସାମିଲ ଅଛନ୍ତି ।
ସୂଚନାମୁତାବକ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଆଦୌ ସହଜ ନୁହେଁ । ଏବେ ପୂର୍ବ ମୁଖ୍ୟମନ୍ତ୍ରୀ ବୀରଭନ୍ଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ଏବେ ଦୌଡରୁ ବାଦ ରଖାଯାଇଛି ବୋଲି ସୂଚନା ମିଳୁଛି । ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭିତରୁ କେହି ଜଣେ ହେବେ ଏହା ସୁନିଶ୍ଚିନ୍ତ କରାଯାଇଛି। ତେବେ କଂଗ୍ରେସର ଏହି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରାଯାଇଥିଲା । ବହୁ କଂଗ୍ରେସ ସମର୍ଥକ ଶିମଲାର ମୁଖ୍ୟକାର୍ଯ୍ୟାଳୟରେ ଭିଡ ଜମାଇବା ସହିତ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ଏହି ରୋସରେ ଥିବା ୫ଟି ନାମ ଯାହାଖୁବ ଏବେ ଚର୍ଚ୍ଚା ହେଉଛି ତାହା ଉପରେ ମୋହର ହାଇ କମାଣ୍ଡ ନିଷ୍ପତ୍ତି ଶୁଣାଇବେ । ଏହା ପରେ ହିଁ ହିମାଚଳ ମୁଖ୍ୟମନ୍ତ୍ରୀ ଚୟନ ହୋଇପାରିବେ । ଏହା ସହିତ ପ୍ରତିଭା ସିଂହଙ୍କ ବଦଳରେ ତାଙ୍କର ପୁତ୍ରଙ୍କୁ କ୍ୟାବିନେଟରେ କିଛି ମହତ୍ତ୍ୱପୂର୍ଣ୍ଣ ପଦ ଦେଇ ତାଙ୍କୁ ସନ୍ତୁଷ୍ଟି କରେଇବାର କଂଗ୍ରେସ ପ୍ଲାନ କରିଛି ।

କିନ୍ତୁ ହିମାଚଳରେ ଏବେ କଂଗ୍ରେସ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛି ତାହା ହେଲା କଂଗ୍ରେସ ବୀରଭଦ୍ର ସିଂହ ନାମକୁ ନେଇ ହିମାଚଳରେ ଭୋଟ ମାଗିଥିଲା । ବୀରଭଦ୍ର ସିଂହଙ୍କ କାମ ପାଇଁ କଂଗ୍ରେସ ବିଜୟ ହେଲା। ଜନତା ସମର୍ଥନ ବୀରଭଦ୍ର ସିଂହ ପାଇଁ କଂଗ୍ରେସକୁ ମିଳିଲା । କିନ୍ତୁ ଯଦି ଏବେ ବୀରଭଦ୍ର ସିଂହଙ୍କ ପରିବାର ମଧ୍ୟରୁ କାହାରିକୁ ଏହି ଆସନ ନ ମିଳିଲା ତାହା ହେଲେ ଏହା ଜନ ଅସନ୍ତୋଷର କାରଣ ପାଲଟିବ ବୋଲି ବୀରଭନ୍ଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ସହ ସେ ଏହା ମଧ୍ୟ କହିଛନ୍ତି ଏହାର ନିଷ୍ପତ୍ତି ହାଇକମାଣ୍ଡ ନେବେ ତେଣୁ ସେ ଲୋକମାନଙ୍କ ଭାବନା କୁ ଠିକ ଭାବରେ ବୁଝି ନେତା ଚୟନ କରିବେ ବୋଲି ବୀରଭନ୍ଦ୍ର ପ୍ରତିଭା ସିଂହ ଆଶା ପ୍ରକାଶ କରିଛନ୍ତି ।

ତେବେ କଂଗ୍ରେସ ପାଇଁ ଏବେ ଅସୁବିଧା ବୃଦ୍ଧି ପାଉଛି । ସିମାଲରେ ଆଜି ଏହାକୁ ନେଇ ବୈଠକ ରହିବ । ଆଜି ୩ଟା ସମୟରେ ଏହି ବୈଠକ ଡକାଯାଇଛି । ଏଥିରେ ବିଧାୟକଙ୍କ ମାନଙ୍କ ସହିତ ୨ଜଣ ପର୍ଯବେକ୍ଷକ ସାମିଲ ରହିବେ । ଏହି ବୈଠକରେ ଯାହା ଫଳାଫଳ ବାହାରିବ ଏହାର ନିଷ୍ପତ୍ତି ହାଇକମାଣ୍ଡ ନେବେ । ବହୁ ଭାବିଚିନ୍ତି ଏଠାରେ ନିଷ୍ପତ୍ତି ନେବାକୁ ପଡିବ କାରଣ ଯେଉଁ ଭୁଲ ମଧ୍ୟପ୍ରଦେଶରେ ସରକାର ଗଠନ କରିବା ବେଳେ କଂଗ୍ରେସ କରିଥିଲା ତାହା ଯଦି ପୁଣି ଥରେ ଏଠାରେ ଦୋହରାଇଲା ତେବେ କଂଗ୍ରେସ ହାତରୁ ସବୁ କିଛି ଯିବ । ତେଣୁ ଆଜିର ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.