fbpx

ବୟସ କୁଞ୍ଚନ ପାଇଁ ଚିନ୍ତିତ ଅଛନ୍ତି କି? ଏହି ଫେସ ପ୍ୟାକ ବ୍ୟବହାର କରନ୍ତୁ, ଗୋଟିଏ ସପ୍ତାହରେ ଠିକ ହୋଇଯିବ ସମସ୍ୟା

ସାଧାରଣତଃ ଚର୍ମ କୁଞ୍ଚିତ ହେବା ବାର୍ଦ୍ଧକ୍ୟ ଆସିବାର ସଙ୍କେତ ଦେଇଥାଏ । ଏହା ବୟସରେ ହେବା ଠିକଅଛି ହେଲେ ଆଜିକାଲି ୩୫ ରୁ ୪୦ ବର୍ଷ ବୟସର ଲୋକ ମାନଙ୍କ ପାଖେ ଏହି ସମସ୍ୟା ଦେଖିବାକୁ ମିଳୁଛି । କାରଣ ଲୋକମାନଙ୍କ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଜୀବନଶୈଳୀରେ ବିଶୃଙ୍ଖଳା ହେତୁ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ବଂଚିବା ପାଇଁ ଲୋକେ ମାର୍କେଟରେ ମିଳୁଥିବା ଆଣ୍ଟି ଏଜିଂ ପ୍ରଡକ୍ଟର ବ୍ୟବହାର କରୁଛନ୍ତି । ହେଲେ ଏହାକୁ ଲଗାଇବା ପରେ ଲାଭ ବଦଳରେ କ୍ଷତି ଘଟୁଛି । ସେଥିପାଇଁ କେମିକାଲ ଜିନିଷକୁ ମୁହଁରେ ନ ଲଗାଇ କିଛି ଘରୋଇ ଉପାୟରେ ଏହି ସମସ୍ୟା ଦୂର କରନ୍ତୁ ।

ଆପଣ ଆୟୁର୍ବେଦିକ ସେବା ଉପାୟରେ ତ୍ୱଚାର ଯତ୍ନ ନେଇ ପାରିବେ । ଏଥିରେ ଡାର୍କନେସ, ଡଲନେସ, ଶୁଷ୍କତା, ଦୁର୍ବଳ ଚର୍ମ, ଓପନ ଫୋର୍ସ ଏବଂ ରିଙ୍କଲ୍ସକୁ ଦୂର କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଏହା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ ।

ଫେସ ପ୍ୟାକ ବନାଇବା ପାଇଁ ସାମଗ୍ରୀ
-ଏକ ଚାମଚ ବେସନ
-ଏକ ଚାମଚ ମହୁ
-ଏକ ଚାମଚ ସୋରିଷ ତେଲ
-ଏକ ଚାମଚ ଗୋଲାପ ଜଳ

ଏହିସବୁ ଜିନିଷକୁ ଗୋଟେ ପାତ୍ରରେ ନେଇ ମିକ୍ସ କରନ୍ତୁ । ଏଥିରେ ଖାସ କରି ଶୋରିଷ ତେଲ ପ୍ରଭାବଶାଳୀ ଅଟେ । ସେଥିପାଇଁ ବିବାହରେ ହଳଦୀ ସୋରିଷ ତେଲର ଲେପକୁ ବର କନ୍ୟାଙ୍କ ଦେହରେ ଲଗାଯାଇଥାଏ । ଏହି ଲେପକୁ ସ୍କିନରେ ଲଗାଇଲେ ଚର୍ମ କଠିନ ହୁଏ, ଫଳରେ କୁଞ୍ଚନ ସମସ୍ୟା ଦୂର ହୋଇଥାଏ ।

ପ୍ୟାକକୁ କିପରି ଲଗାଇବେ
-ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ନେଇ ପରିଷ୍କାର କରନ୍ତୁ ।
-ଲେପକୁ ମୁହଁରେ ଲଗାନ୍ତୁ, ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ ।
-ଲଗାଇବା ପରେ ଯଦି ମୁହଁ ପୋଡାଜଳା ହେଉଛି ତେବେ ସାଙ୍ଗେସାଙ୍ଗେ ମୁହଁକୁ ଧୋଇ ନିଅନ୍ତୁ, ନଚେତ ଏହାକୁ ମୁହଁରେ ଲଗାଇ ରଖନ୍ତୁ ।
-ଯେତେବେଳେ ପ୍ୟାକଟି ମୁହଁରେ ଶୁଖିଯିବ ସେତେବେଳେ, କ୍ଷୀର ବା ଗୋଲାପଜଳରେ ମୁହଁକୁ ଓଦା କରନ୍ତୁ ।
-ବର୍ତ୍ତମାନ ତାକୁ ସର୍କୁଲାର ମୋସନରେ ଛଡାଇବା ପାଇଁ ଚେଷ୍ଟା କରନ୍ତୁ ।
-ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ଧୋଇସାରିବା ପରେ ଆପଣ ତ୍ୱଚାର ଫରକ୍ ଜାଣିପାରିବେ ।
-ଏହାପରେ ଆଲୋଭେରା ଜେଲକୁ ମୁହଁରେ ମାଲିସ କରନ୍ତୁ ।
-ଆଲୋଭେରା ଲଗାଇଲେ ସ୍କିନ ହାଇଡ୍ରେଟ ହୋଇଥାଏ ଏବଂ କୌଣସି ଇରିଟେସନ ହୋଇ ନଥାଏ ।

Get real time updates directly on you device, subscribe now.