fbpx

ପୋଲିସ ଷ୍ଟେସନ ଉପରେ ରକେଟ ଲଞ୍ଚର ଆକ୍ରମଣ :ଭାଙ୍ଗିଲା ବିଲ୍ଡିଂର ଗ୍ଲାସ,ଆକ୍ରମଣକାରୀ ଫେରାର

ପଞ୍ଜାବରେ ପୁଣି ଥରେ ରକେଟ ଲଞ୍ଚର ସହିତ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ତରନତାରନ ଜିଲ୍ଲାର ସରକାଲି ପୋଲିସ ଷ୍ଟେସନରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ରକେଟ ଲଞ୍ଚର ସହିତ ଆକ୍ରମଣ ହୋଇଥିଲା, ଯେଉଁଥିରେ ବିଲ୍ଡିଂର ଗ୍ଲାସ ଭାଙ୍ଗି ଯାଇଥିଲା। ତେବେ ଏହି ଘଟଣାରେ ଆକ୍ରମଣକାରୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ସୂଚନାମୁତାବକ ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୧ ଟା ସମୟରେ ଘଟିଛି ଏବଂ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ସାମ୍ନାକୁ ଆସିନାହିଁ। ଚଳିତ ବର୍ଷ ଅଗଷ୍ଟରେ ମୋହାଲିର ପଞ୍ଜାବ ପୋଲିସର ଷ୍ଟେଟ ଇଣ୍ଟେଲିଜେନ୍ସ ହେଡ କ୍ୱାର୍ଟର୍ସରେ ମଧ୍ୟ ସମାନ ରକେଟ ଲଞ୍ଚର ଆକ୍ରମଣ ହୋଇଥିଲା। ପରେ ଏହା ଆତଙ୍କବାଦୀ ଆକ୍ରମଣରେ ପରିଣତ ହୋଇଥିଲା।

ସରକାଲିରେ ପୋଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଖବର ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରକେଟ ଲଞ୍ଚର ପୋଲିସ ଷ୍ଟେସନର ଲୁହା ଫାଟକକୁ ଧକ୍କା ଦେଇ ବିଲଡିଂ ନିକଟରେ ପଡ଼ିଯାଇଥିଲା, ଯେଉଁଥିପାଇଁ ବିଲ୍ଡିଂର ଗ୍ଲାସ ଏବଂ ଝରକା ନଷ୍ଟ ହୋଇଯାଇଥିଲା।

ପୋଲିସ ସୂତ୍ର ଅନୁଯାୟୀ, ଏହାପୂର୍ବରୁ ମେ ୨୦୨୨ ରେ ପଞ୍ଜାବର ମୋହାଲିରେ ଥିବା ପୋଲିସ୍ ଇଣ୍ଟେଲିଜେନ୍ସ ମୁଖ୍ୟାଳୟକୁ ରକେଟ୍ ଲଞ୍ଚର୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ସୂଚନାନୁସାରେ, ଆକ୍ରମଣ ସମୟରେ ସରହଲି ପୋଲିସ ଷ୍ଟେସନରେ ୬ ଜଣ ପୋଲିସ ଡ୍ୟୁଟିରେ ଥିଲେ। ତରନତାରନ ପାକିସ୍ତାନ ସୀମା ନିକଟରେ ଅବସ୍ଥିତ। ୱାଗା ସୀମାଠାରୁ ତରନତାରନ ପର୍ଯ୍ୟନ୍ତ ଦୂରତା ୪୩.୬ କିମି ଅଟେ । ଏବଂ ଅମୃତସର ଏବଂ ତାରନ ତାରାନ ମଧ୍ୟରେ ଦୂରତା ମାତ୍ର ୨୫ କିମି ଦୂରତା ରହିଛି । ପୋଲିସ ତରନତାରନରେ ହୋଇଥିବା ଆକ୍ରମଣର ଏବେ ଯାଞ୍ଚ କରୁଛି।

Get real time updates directly on you device, subscribe now.