fbpx

ଘରେ ପାରାର ପ୍ରବେଶ ଦେଇଥାଏ ଏହି ସଂକେତ; ଜାଣନ୍ତୁ ଏହା ଶୁଭ ନା ଅଶୁଭ ?

ଧର୍ମ- ଶାସ୍ତ୍ରରେ ଏପରି କିଛି କଥା ବା ଘଟଣା ରହିଛି ଯାହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ଘଟଣା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ,ସ୍ୱପ୍ନ ଶାସ୍ତ୍ର ପରି ଶକୁନ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଘରେ ପ୍ରବେଶ କରୁଥିବା ଜୀବଜନ୍ତୁ ଆମ ଜୀବନ ଉପରେ କିପରି ପ୍ରଭାବ ପକାଇଥାନ୍ତି ଏବଂ ଏହା ଶୁଭ କି ଅଶୁଭ ଏହିସବୁ ବିଷୟରେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଜାଣାଇବୁ ଘରେ ପାରାର ପ୍ରବେଶ ଆପଣଙ୍କ ଜୀବନରେ କି ସଂକେତ ଦେଇଥାଏ ।

ତେବେ ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ । ଏଥିସହିତ ଧାର୍ମିକ ଶାସ୍ତ୍ର ଅନୁସାରେ ଏହାକୁ ମା ଲକ୍ଷ୍ମୀଙ୍କ ଭକ୍ତ ଭାବରେ ମଧ୍ୟ ବିବେଚନା କରାଯାଏ । ତେଣୁ ଘରେ ଏହାର ପ୍ରବେଶକୁ ଶୁଭ ବେଲି କୁହାଯାଉଥିବା ବେଳେ କିଛି କ୍ଷତ୍ରେରେ ଏହାକୁ ଅଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ଘରେ ପାରାର ପ୍ରବେଶ: ଶକୁନ ଶାସ୍ତ୍ର ଅନୁସାରେ ଘରେ ପାରାର ପ୍ରବେଶକୁ ଶୁଭ ବୋଲି ବିବେଚନା କରାଯାଏ । ତେବେ ଯଦି ଘରର ଛାତ କିମ୍ବା ବାଲକୋନିରେ ପାରା ବସେ ତେବେ ତାକୁ ଖାଇବାକୁ ଦିଅନ୍ତୁ ଏପରି କରିବା ଦ୍ବାରା ଏହା ଆପଣଙ୍କ ଜୀବନରେ ଥିବା ସମସ୍ତ ଅସୁବିଧା ଦୂର ହେବା ସହ ଜୀବନରୁ ସମସ୍ତ ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ ।

ପାରା ଘରେ ବସା କରିବାର ଅର୍ଥ: ଶାସ୍ତ୍ର ଅନୁସାରେ ପାରା ଘରେ ବସା ତିଆରି କରିବା ଅଶୁଭ ସଂକେତ ଦେଇଥାଏ । ଅନେକ ଥର ପାରା ଘରର ବାଲକୋନି କିମ୍ବା ଛାତ ଉପରେ ଥିବା ସ୍କାଏ ଲାଇଟ୍ ଆଦିରେ ନିଜର ବସା ବାନ୍ଧିଥାନ୍ତି । ଏପରି କରିବା ଦ୍ବାରା ଘରେ ଅନେକ ସମସ୍ୟା ଆସିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥିସହିତ ଆର୍ଥିକ ସ୍ଥିତିରେ ମଧ୍ୟ ଏହା ପ୍ରଭାବ ପକାଇଥାଏ । ତେଣୁ ଘର ଭିତରେ ପାରାର ବସା ରହିବାକୁ ଦିଅନ୍ତୁ ନାହିଁ ।

ଘର ଭିତରକୁ ଆସୁଥିବା ପାରା : ଯଦି ପାରା ଘରର ଛାତ-ବାଲକୋନି ଅତିକ୍ରମ କରି ଭିତରକୁ ପ୍ରବେଶ କରେ, ତେବେ ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦର ସଙ୍କେତ ଅଟେ । ଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ତୁମ ଜୀବନରେ ଅନେକ ସୁଖ ଏବଂ ସମୃଦ୍ଧ ହେବାକୁ ଯାଉଛି । ତେଣୁ ଘରକୁ ପ୍ରବେଶ କରୁଥିବା ପାରାକୁ ଖାଇବାକୁ ଦିଅନ୍ତୁ କିନ୍ତୁ ପାରାକୁ ଘରେ ବସା ତିଆରି କରିବାକୁ ଦିଅ ନାହିଁ ।

Get real time updates directly on you device, subscribe now.