fbpx

ସବୁ ଫିଲ୍ମକୁ ପଛରେ ପକାଇଲା ଦୃଶ୍ୟମ୍-୨; କରିବାକୁ ଯାଉଛି ୨୦୦ କୋଟିର କଲେକ୍ସନ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦବେଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମ୍-୨ ରିଲଜ ପରଠାରୁ ହିଁ ଚର୍ଚ୍ଚାରେ ରହିଛି । ତେବେ ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଦେଶର ବିଭିନ୍ନ ସିନେମା ଘରେ ରିଲିଜ ହୋଇଥିଲା । ଯାହାକି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଫଳରେ ଏହା ରିଲିଜ ହୋଇଥିବା ସମସ୍ତ ଫିଲ୍ମକୁ ଫଛରେ ପକାଇ ଦେଇଛି । ଏଥିସହିତ ଏହା ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ତେବେ ଦୃଶ୍ୟମ୍-୨ରେ ଆଜୟଦବଗନଙ୍କ ଅଭିନୟ ଏବଂ ଆଇଜି ଭୁମିକାରେ ଥିବା ତେବେ ଅକ୍ଷୟ ଖାନ୍ନାଙ୍କ ଦମଦାର ଏଣ୍ଟ୍ରୀ ଏହି ଚଳଚ୍ଚିତ୍ରରେ ଟ୍ୱିଷ୍ଟ ଆଣିଛି । ତେବେ ଦୃଶ୍ୟମ୍-୨ ରିଲିଜ ପରଠାରୁ ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ଆଗେଇ ଚାଲିଛି । ଏହା ରିଲିଜର ପ୍ରଥମଦିନରେ ହିଁ ୧୫ କୋଟି ୩୮ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ମାତ୍ର ଗୋଟିଏ ସପ୍ତାହରେ ୧୦୪. ୬୬ କୋଟି ଟଙ୍କା କଲେକ୍ସନ କରିଥିଲା । ସେହିପରି ଏହା ଦ୍ୱିତୀୟ ସପ୍ତାହରେ ୧୨୬.୫୮ କୋଟି ରୋଜଗାର କରି ଚଳିତ ବର୍ଷର ଦ୍ୱିତୀୟ ବଡ ବଜେଟ୍ ରେ ସାମିଲ ହୋଇଛି । ତେବେ ଅଜୟ ଦେବଗନଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭୧.୯୯ କୋଟି ଟଙ୍କା ରୋଜଗାର କରିଛି । ତେବେ ବକ୍ସ ଅଫିସରେ ଦୃଶ୍ୟମ୍-୨ର ଗତିକୁ ଦେଖିୁଲେ ଲାଗୁଛି ଏହା ଖୁବ୍ ଶୀଘ୍ର ସାରା ବିଶ୍ୱରେ ୩୦୦ କୋଟି ଅତିକ୍ରମ କରିବ ।

ଅନ୍ୟପକ୍ଷେ ଭାରତୀୟ ବକ୍ସ ଅଫିସରେ ମଧ୍ୟ ଚଳଚ୍ଚିତ୍ର ଦୃଶ୍ୟମ୍-୨ ତାର ଦବଦବା ଜାରୀ ରଖିଛି । ଫଳରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୧୯୨.୬୮ କୋଟି ଟଙ୍କା ରୋଜଗାର କରିଛି । ଏଥିିସହିତ ରିଲିଜ ହୋଇଥିବା ଅନ୍ୟ ଫିଲ୍ମକୁ ମଧ୍ୟ ଏହା ପଛରେ ପକାଇ ଦେଇଛି । ତେବେ ଅଜୟ ଦେବଗନ ଏବଂ ତବୁଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମ୍-୨ ଏହି ସପ୍ତାହ ଶେଷ ସୁଦ୍ଧା ଭାରତୀୟ ବକ୍ସରେ ୨୦୦ କୋଟି ଟଙ୍କା ରୋଜଗାର କରିବ ବୋଲି ଆକଳନ କରାଯାଉଛି । ଏଥିସହିତ ନିଜ ନାଁକୁ ୨୦୦ କୋଟି ବ୍ଲକକେ ସାମିଲ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.