fbpx
BJD SKY
BJD SKY

(Video) ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନ: ପରାସ୍ତ ହେଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି, ବାଜି ମାରିଲା ବିଜେପି

BJD

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ୧ଟି ରାଜ୍ୟସଭା ସିଟରେ ଭାରତୀୟ ଜନତା ପାର୍ଟୀ ବିଜୟ ହାସଲ କରିଛି । ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, ବହୁ ସଂଖ୍ୟାରେ ବହୁମତ ହେବା ପରେ ମଧ୍ୟ କଂଗ୍ରେସ ରାଜ୍ୟସଭା ସିଟ ହାରିଯାଇଛି, ମୁଁ ହର୍ଷ ମହାଜନଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଉଛି । ଜୟରାମ ଠାକୁର କହିଛନ୍ତି ଯେ, କାଉଁଟିଙ୍ଗ ସଂପୂର୍ଣ୍ଣ ହୋଇସାରିଛି ଏବଂ ଦୁଇ ପ୍ରାର୍ଥୀଙ୍କୁ ୩୪-୩୪ ଖଣ୍ଡ ଭୋଟ ମିଳିଛି । ଏହାପରେ ସ୍ଲିପ ସାହାଯ୍ୟରେ ଫଳାଫଳ ଘୋଷଣା କରାଯାଇଛି ।

ଜୟରାମ ଠାକୁର କହିଛନ୍ତି ଯେ, ଯେଉଁଠାରେ ବିଜୟର ସମ୍ଭାବନା ନାହିଁ ସେଠାରେ ବହୁତ ଭଲ ବିଜୟ ହାସଲ ହୋଇଛି । ଏହି ବିଜୟକୁ ଦେଖି ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । ଦଳର ୬ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି ଏବଂ ଏହାର ଫାଇଦା ବିଜେପି ପକ୍ଷକୁ ଯିବା ଦେଖିବାକୁ ମିଳିଛି ।

ହିମାଚଳ ପ୍ରଦେଶରେ ବିଧାନସଭାର ୬୮ ଟି ସିଟ ରହିଛି । ଏଥିରେ ଶାସକ ଦଳ କଂଗ୍ରେସ ପାଖରେ ୪୦ଟି ସିଟ ଏବଂ ଭାରତୀୟ ଜନତା ପାର୍ଟୀ ପାଖେ ୨୫ଟି ସିଟ ରହିଛି । ତିନୋଟି ସିଟ ଅନ୍ୟାନ୍ୟ ଖାତାରେ ରହିଛି । କଂଗ୍ରେସର ୬ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଏହି କାରଣରୁ ତାଙ୍କ ପ୍ରାର୍ଥୀଙ୍କ ସପକ୍ଷରେ କେବଳ ୩୪ ଖଣ୍ଡ ଭୋଟ ଦିଆଯାଇଛି।

Get real time updates directly on you device, subscribe now.