fbpx

କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ: କଂଗ୍ରେସରୁ ୩ ଓ ବିଜେପିରୁ ୧ ପ୍ରାର୍ଥୀ ବିଜୟୀ

ବେଙ୍ଗାଲୁର: କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ମଧ୍ୟରୁ ୩ଟିରେ କଂଗ୍ରେସ ବିଜୟୀ ହୋଇଛି। ଅପରପକ୍ଷେ ଚତୁର୍ଥ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରି ଜଣେ ବିଜେପି ବିଧାୟକ କଂଗ୍ରେସ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଜଣେ ବିରତ ରହିଥିଲେ। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ସୟଦ ନସିର ହୁସେନ ଏବଂ ଜିସି ଚନ୍ଦ୍ରଶେଖର ବିଜେପି ପ୍ରାର୍ଥୀ ନାରାୟଣ କ୍ରିଷ୍ଣାସା ଭଣ୍ଡଗେଙ୍କ ଠାରୁ ସହଜରେ ବିଜୟୀ ହୋଇଛନ୍ତି। ତେବେ ଅଜୟ ମାକନ ୪୭ ଓ ଜିସି ଚନ୍ଦ୍ରଶେଖର ୪୫ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ନିଜ ପ୍ରାର୍ଥୀଙ୍କ ପାଇଁ ୪୮ଟି ଭୋଟ୍ ଆବଣ୍ଟନ କରିଥିଲା। ଏବଂ ଜନତା ଦଳ (ସେକ୍ୟୁଲାର)କୁ ମାତ୍ର ୧୮ଟି ଭୋଟ୍ ଦିଆଯାଇଥିଲା।

ସୂଚନା ଥାଉକି, ଏଥର ରାଜ୍ୟସଭାର ମୋଟ ୫୬ଟି ଆସନ ଖାଲି ପଡ଼ିଥିଲା। ଉତ୍ତରପ୍ରଦେଶର ୧୦ଟି, ମହାରାଷ୍ଟ୍ର ଓ ବିହାରର ୬ଟି ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଖାଲି ରହିଥିଲା। ସେପଟେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଓ ଓଡ଼ିଶାର ୩ଟି ଲେଖାଏଁ ଏବଂ ଉତ୍ତରାଖଣ୍ଡ, ଛତିଶଗଡ଼, ହରିୟାଣା ଓ ହିମାଚଳ ପ୍ରଦେଶର ଗୋଟିଏ ଲେଖାଏଁ ଆସନ ମଧ୍ୟ ଖାଲି ପଡିଥିଲା। ଏଣୁ ଏହାକୁ ନେଇ ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ଅପରପକ୍ଷେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ୧୫ଟି ଆସନ ପାଇଁ ଆଜି ଭୋଟ ଅନୁଷ୍ଠିତ ହୋଇଛି।

 

 

Get real time updates directly on you device, subscribe now.