fbpx

ବିହାର ରାଜନୀତି; ବିଜେପିରେ ମିଶିଲେ କଂଗ୍ରେସର ୨ ଓ ଆରଜେଡିର ଜଣେ ବିଧାୟକ

ପାଟନା: କଂଗ୍ରେସ ବିଧାୟକ ମୁରାରି ପ୍ରସାଦ ଗୌତମ ଓ ସିଦ୍ଧାର୍ଥ ଗୌତମ ଏବଂ ଆରଜେଡି ବିଧାୟକ ସଙ୍ଗୀତା କୁମାରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ସେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କୁ ଭେଟିଥିଲେ।

ଚୌଧୁରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ସାମ୍ବାଦିକମାନେ ତାଙ୍କୁ ବିଜେପିରେ ଯୋଗ ଦେଇଛନ୍ତି କି ବୋଲି ପଚାରିବାରୁ ସେ କହିଥିଲେ, ହଁ। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ‘ଜନ ବିଶ୍ୱାସ ଯାତ୍ରା’ ଏବଂ ମାର୍ଚ୍ଚ ୩ରେ ହେବାକୁ ଥିବା ତାଙ୍କର ରାଲି ପୂର୍ବରୁ ଏହି ପରିବର୍ତ୍ତନକୁ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ସମ୍ଭାବ୍ୟ ସମୀକରଣ ହାସଲ କରିବା ପାଇଁ ବିଜେପିର ଏକ ପଦକ୍ଷେପ ଭାବରେ ଦେଖାଯାଇପାରେ। ସଙ୍ଗୀତା କୁମାରୀ କୈମୁର ଜିଲ୍ଲାର ମୋହନିଆ ଆସନରୁ ବିଧାୟକ ଅଛନ୍ତି। ସିଦ୍ଧାର୍ଥ ସୌରଭ ବିକ୍ରମ ଆସନରୁ ବିଧାୟକ ଏବଂ ମୁରାରି ଗୌତମ ଚେନାରି ଆସନରୁ ବିଧାୟକ ଅଛନ୍ତି।

 

Get real time updates directly on you device, subscribe now.