fbpx
BJD
BJD SKY
BJD SKY

କରୋନା ପ୍ରଭାବ: ବାୟୁ ଏତେ ସଫା ହେଲା ଯେ, ଜଳନ୍ଧରରୁ ଦେଖାଗଲା ହିମାଳୟ ପର୍ବତ

କରୋନା ଯୋଗୁଁ ସାରା ଦେଶ ଲାକ୍-ଡାଉନ୍ ହୋଇଛି । କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି । ଏନେଇ ଅନେଇ ଆର୍ଥିକ କ୍ଷତି ହେଉଥିଲେ ମଧ୍ୟ ପରିବେଶ ଉପରେ ଏହା ସକାରାତ୍ମକ ପ୍ରଭାବ ପକାଇଛି । ପ୍ରଥମ ଥର ପାଇଁ ଭାରତର ଅନେକ ସହରର ବାୟୁ ଅତ୍ୟନ୍ତ ପରିଷ୍କାର ଦେଖାଯାଉଛି । ଏହାରି ମଧ୍ୟରେ ପଞ୍ଜାବର ଜଳନ୍ଧର ବାସିନ୍ଦାଙ୍କୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ପଞ୍ଜାବର ଜଳନ୍ଧରରେ ରହୁଥିବା ଲୋକଙ୍କ କହିବା ମୁତାବକ, ବାୟୁ ଏତେ ସ୍ପଷ୍ଟ ହୋଇଛି ଯେ ସେମାନେ ନିଜ ଘର ଛାତଉପରୁ ହିଁ ଦୂର ହିମାଳୟ ଧୋଲାଧର ପର୍ବତ ସୀମା ଦେଖାଯାଉଛି । ଏଠାରେ ଲୋକମାନେ ବହୁବର୍ଷ ଧରି ରହୁଆସୁଥିଲେ ମଧ୍ୟ ମେଘ ଓ ପ୍ରଦୂଷଣ କାରଣରୁ ଏଭଳି ଦୃଶ୍ୟ ଆଗରୁ କେବେ ଦେଖାଯାଇନଥିଲା । ଏହି ଚମକ୍ରାର ଦୃଶ୍ୟ ଜଳନ୍ଧରଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଦୃଶ୍ୟ ଦେଖିବା ପରେ ଅନେକ ଲୋକ ଟ୍ୱିଟର ମାଧ୍ୟମରେ ଏହି ଅବିଶ୍ୱାସନୀୟ ବିଷୟରେ ଲେଖିଛନ୍ତି ଓ ଫଟୋ ସେୟାର କରିଛନ୍ତି । ପ୍ରାୟ ୩୦ ବର୍ଷ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.