fbpx
BSKY
BJD MC SKY
BJD YOUTH SKY

କର୍ମଚାରୀଙ୍କ ପାଇଁ ୩% ବଢ଼ିଲା ମହଙ୍ଗା ଭତ୍ତା: ମହିଳାଙ୍କୁ ବି ମିଳିବ ମାସକୁ ୧୫୦୦

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ହିମାଚଳ ପ୍ରଦେଶ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଏଣିକି ପ୍ରତି ମାସ ସବୁ ମହିଳାଙ୍କ ଖାତାକୁ ଆସିବ ୧୫୦୦ଟଙ୍କା । ଶନିବାର ୭୬ତମ ହିମାଚଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ସବୁ କର୍ମଚାରୀ ଓ ମହିଳାମାନଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି।

ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତ ବଢି ୩୪ ପ୍ରତିଶତରେ ପହଞ୍ଚିଛି । ଯେଉଁଥିରେ ପ୍ରାୟ ୨.୧୫ ଲକ୍ଷ କର୍ମଚାରୀ ଓ ୧.୯୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଏହି ନିଷ୍ପତ୍ତି ପରେ ରାଜ୍ଯ ବଜେଟ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିି଼ବ ।

 

ପୂର୍ବ ବର୍ଷ ନିର୍ବାଚନ ସମୟରେ ମହଙ୍ଗା ଭତ୍ତା ବାବଦରେ ଘୋଷଣା କରିଥିବା ମୁଖ୍ଯମନ୍ତ୍ରୀ ସୁଖୁଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବେଶ ଖୁସି ଅଛନ୍ତି ରାଜ୍ଯବାସୀ । ଆହୁରି ମଧ୍ଯ ଘୋଷଣା ଅନୁସାରେ, ପ୍ରାୟ ୯ ହଜାର ମହିଳାଙ୍କୁ ମାସିକ ୧୫୦୦ଟଙ୍କା ପ୍ରଦାନ କରାଯିବ, ଯାହା ୨୦୨୩ ଜୁନରୁ ଆରମ୍ଭ କରାଯିବ ।

ଏସବୁ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ୫୦ ବେଡ଼ଯୁକ୍ତ ସାମୁଦାୟିକ ସ୍ୱାସ୍ଥ୍ଯ କେନ୍ଦ୍ର ଓ କାଜାରେ ଏକ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । ତା ସହ ସ୍ପିତି ଘାଟି ନିକଟରେ ବିମାନ ବନ୍ଦରର ବିକାଶ ପାଇଁ ରକ୍ଷା ମନ୍ତ୍ରାଣଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି । କାଜା ନିକଟରେ ରାଜୀବ ଗାନ୍ଧି ଡେ ବୋର୍ଡିଂ ସ୍କୁଲ ସ୍ଥାପିତ କରିବା ପାଇଁ ଜମି ଚିହ୍ନଟ ହୋଇସାରିଛି ବୋଲି ମୁଖ୍ଯମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ହିମାଚଳ ପ୍ରଦେଶ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ଯ ମାନଙ୍କରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବିଚାର ହେଉଛି । କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କ ଓ ପେନସନଧାରୀଙ୍କକ ୪୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ନିକଟରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କର ୪ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.