fbpx

ଆୱାର୍ଡ ପାଇବା ପରେ କେମୋ ପାଇଁ ହସ୍ପିଟାଲ ଗଲେ ପୀଡ଼ିତ ହିନା ଖାନ, ଜାଣନ୍ତୁ ସ୍ୱାସ୍ଥ୍ୟକୁ ନେଇ କଣ କହିଲେ ଅଭିନେତ୍ରୀ

Advertisement

ଓଡିଶା ଭାସ୍କର: ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଦୁଇଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହି ଖବର ଜାଣିବା ପରେ ହିନାଙ୍କ ଫ୍ୟାନମାନେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ଆଶୁ କାମନା କରିଛନ୍ତି । କିନ୍ତୁ ଏ ରୋଗକୁ ନେଇ ହିନା ଜମାରୁ ବି ଭାଙ୍ଗି ପଡି ନାହାନ୍ତି କି ବିଚଳିତ ହୋଇନାହାଁନ୍ତି । ହିନା ତାଙ୍କର ପ୍ରଥମ କେମୋଥେରାପି ହେବା ପୂର୍ବରୁ ସେ ଏକ କାର୍ଯ୍ୟକ୍ରମରେ ଆୱାର୍ଡ ଗ୍ରହଣ କରିବାକୁ ଯାଇଥିଲେ। ହିନାଙ୍କୁ ସ୍ତନ କର୍କଟ ହେବା ସତ୍ତେ୍ୱ ନିଜର ସାହାସ ଏବଂ ମନୋବଳକୁ ଦୁର୍ବଳ ନ କରିବା ଦେଖିବାକୁ ମିଳିଛି ।

ସେ ତାଙ୍କର ଇନଷ୍ଟାଗ୍ରାମର ଲାଟେଷ୍ଟ ପୋଷ୍ଟରେ କହିଛନ୍ତି ଯେ ମୁଁ ମୋର କର୍କଟ ରୋଗ ବିଷୟରେ ଜାଣିଛି । ଆମକୁ ଆଘାତ ହେଲେ ବା କୌଣସି ଅସୁବିଧାରେ ପଡିଲେ, ଆମେ ଦୁଃଖ ନକରି ଧର୍ଯ୍ୟର ସହ ଆଗକୁ ବଢିବା ଆବଶ୍ୟକ। କିନ୍ତୁ ଏଥିପାଇଁ ଭୟଭୀତ ହେବା ଆଦୌ ଠିକ ନୁହେଁ। ଏକ ସକରାତ୍ମକ ଚିନ୍ତନ ସହିତ ଆଗକୁ ବଢିବା ଆବଶ୍ୟକ ।

ସେହିପରି ହିନା କହିଛନ୍ତି ଯେ, ମୋ ପାଇଁ ଗୁରୁତ୍ୱପୂର୍ଣ ହେଉଛି ଆକ୍ଟିଙ୍ଗ ଜଗତ । ମୁଁ ମୋର ଅଭିନୟକୁ ଭଲପାଏ । ସେଥିପାଇଁ ମୁଁ ମୋର ପ୍ରଥମ କେମୋ ନେବା ପୂର୍ବରୁ ମୁଁ ଏକ ଆୱାର୍ଡ ଫଙ୍ଗସନ ଉତ୍ସବରେ ଯୋଗ ଦେଇଥିଲି । ଏହି ପୁରଷ୍କାର ପାଇବା ପରେ ମୋତେ ସାହାସ ଏବଂ ପ୍ରେରଣା ମିଳିଥିଲା ଏହି ରୋଗର ମୁକାବିଲା କରିବାକୁ । ତେବେ ହିନା ଖାନଙ୍କ ଏପରି କହିବା ପରେ ଜଣାପଡୁପଛି ଯେ, କୌଣସି ସମସ୍ୟା ଆସିଲେ ବିଚଳିତ ନହୋଇ ତାହାକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡିବ।

 

Get real time updates directly on you device, subscribe now.