fbpx

ହିନ୍ଦୋଳ ବିଧାୟିକା ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହା ମଧ୍ୟରେ ରାଜନେତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସୀମାରାଣୀ ବିଧିବଦ୍ଧ ଭାବେ ପଦ୍ମରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସୀମା । ନିଜର ବ୍ୟକ୍ତିଗତ କାରଣ ପାଇଁ ସୀମା ଦଳ ଛାଡ଼ିଥିବା ଉଲ୍ଲେଖ କରିଥିଲେ ହେଁ ଟିକେଟ କଟିବା କାରଣରୁ ସେ ବିଜେଡି ଛାଡ଼ିଥିବା ଚର୍ଚ୍ଚା ହୋଇଥିଲା । ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ସୀମାରାଣୀ ପଦ୍ମ ଦଳରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.