fbpx

୬ ବର୍ଷ ପାଇଁ ଦଳରୁ ବହିଷ୍କୃତ ହେଲେ ରାଜ୍ୟ ସାଧାରଣ ସମ୍ପାଦକ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହା ମଧ୍ୟରେ ରାଜନେତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ପଶ୍ଚିମବଙ୍ଗ କଂଗ୍ରେସରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ସାଧାରଣ ସମ୍ପାଦକ ବିନୟ ତମାଙ୍ଗଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କୃତ କରିଛି । ଏ ନେଇ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ଦାର୍ଜିଲିଂ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବଦଳରେ ବିଜେପି ପ୍ରାର୍ଥୀ ରାଜୁ ବିସ୍ତାଙ୍କୁ ଭୋଟ ଦେବାକୁ ବିନୟ ଅପିଲ କରିଥିଲେ । ଏପରିକି ଲୋକସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ ବିନୟ କହିଥିଲେ । ଏହାପରେ କଂଗ୍ରେସ ପକ୍ଷରୁ ବିନୟଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବିନୟ ୬ ମାସ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଳେ ।

Get real time updates directly on you device, subscribe now.