fbpx

ଓଜନ ହ୍ରାସ କରିବା ପାଇଁ Dinner skip କରୁଛନ୍ତି କି ? ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ କରିଥାଏ ଏହି ଅଭ୍ୟାସ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି । ଫଳରେ ଡାଏବେଟିସ୍‌, ମେଦବହୁଳତା, ଉଚ୍ଚ ରକ୍ତଚାପ ଇତ୍ୟାଦି ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ବିଶେଷ କରି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଓଜନ ହ୍ରାସ କରିବା ନିଶା ଘାରିଛି । ସେଥିପାଇଁ ଅଧିକାଂଶ ସମୟରେ ସେମାନେ ଜିମ୍‌, ଜଗିଂ, ବ୍ୟାୟାମ ସହ ଡାଏଟିଂ ପନ୍ଥା ଆପଣାଇଥାନ୍ତି । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଡିନର ସ୍କିପ୍ କରିଥାନ୍ତି । ଆପଣ ଚାହିଁଲେ ରାତିରେ ହାଲକା ଫୁଲକା କିଛି ଖାଇପାରିବେ କିନ୍ତୁ ଡିନର ସ୍କିପ୍ କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଏପରି କଲେ କୋଷ୍ଠକାଠିନ୍ୟ, ଏସିଡିଟି, ଦୁର୍ବଳତା ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଡିନର ସ୍କିପ୍ କରିବାର କ’ଣ ସବୁ ପାଶ୍ୱର୍ପ୍ରତିକ୍ରିୟା ରହିଛି ।

୧. ପେଟ ଯନ୍ତ୍ରଣା: ରାତିରେ ଡିନର ସ୍କିପ୍ କରିବା ଦ୍ୱାରା ପେଟ ଯନ୍ତ୍ରଣା ହୋଇପାରେ । ଏହା ବ୍ୟତୀତ ଅନେକ ସମୟରେ ଖାଲି ପେଟରେ ଶୋଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଓଜନ ହ୍ରାସ କରିବା ପାଇଁ ଡିନର ସ୍କିପ୍ କରିବା ପରିବର୍ତ୍ତେ ଡାଏଟରେ ଫାଇବର ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଏହା ସହଜରେ ହଜମ ହୋଇଥାଏ ଏବଂ ଭୋକ ଲାଗିନଥାଏ । ଡିନରରେ ହଲକା ଫୁଲକା ଡାଏଟରେ ଓଟ୍ସ, ଦଲିଆ, କୋବି, ଲାଉ ଇତ୍ୟାଦି ସାମିଲ କରିପାରିବେ ।

୨. ଦୁର୍ବଳତା: ରାତିରେ ଡିନର ସ୍କିପ୍ କରିଲେ ଶରୀରରେ ପୋଷକ ତତ୍ୱରେ ଅଭାବ ଦେଖାଦେଇଥାଏ । ଫଳରେ ଶରୀର ଭିତରୁ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତିକୁ ମୁଣ୍ଡ ବିନ୍ଧା ଏବଂ ଥକ୍କାପଣ ଅନୁଭବ ହୋଇଥାଏ । ପରବର୍ତ୍ତୀ ସମୟରେ ଏହା ଷ୍ଟ୍ରେସ୍ ଏବଂ ଏଙ୍ଗଜାଇଟି ସମସ୍ୟାର ଆଶଙ୍କାକୁ ବୃଦ୍ଧି କରିଥାଏ ।

୩. ନିଦ୍ରାହୀନତା: ରାତିରେ ଭୋକିଲା ଶୋଇବା ଦ୍ୱାରା ସ୍ଲିପ୍ ସାଇକେଲ ପ୍ରଭାବିତ ହୋଇଥାଏ । ଏହା ଆମ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଧିରେ ଧିରେ ଆମ ସ୍ୱଭାବ ଚିଡ଼ଚିଡ଼ା ହୋଇଯାଏ ।

୪. ହର୍ମୋନାଲ ପରିବର୍ତ୍ତନ: ରାତିରେ ଡିନର ସ୍କିପ୍ କରିବା ଦ୍ୱାରା ଶରୀରରେ ଅନେକ ହର୍ମୋନାଲ ସମସ୍ୟା ଦେଖାଦେଇଥାଏ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଷ୍ଟ୍ରେସ୍‌, ଡିପ୍ରେସନ୍ ଭଳି ମାନସିକ ରୋଗକୁ ନିମନ୍ତ୍ରଣ କରିଥାଏ ।

Get real time updates directly on you device, subscribe now.