fbpx

(Video) ପରିବା ବିକୁଥିବା ଜଣେ ମା’ର ପଣତରେ କାର୍ ରଖି ପଲାଇଲେ ଯୁବକ; ଚକ ଖୋଲି ନେଇଗଲେ ପୋଲିସ୍

ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି । ଘଟଣାଟି ଏମିତି ଜଣେ ମହିଳା ରାସ୍ତା କଡ଼ରେ ବସି ପରିବା କିକ୍ରି କରୁଛନ୍ତି । ସେହି ସମୟରେ ଗୋଟେ ଲାଲ୍ ରଙ୍ଗର କାର୍ ଆସି ତାଙ୍କ ପଛପଟରେ ଠିଆ ହେଉଛି । ସେହିଠାରେ ପାର୍କିଂ କରି ଯୁବକମାନେ ଚାଲିଯାଉଛନ୍ତି । ସେପଟେ ମହିଳା ଜଣକ ଜାଣିପାରିନଥିଲେ କି ତାଙ୍କ ପଣତ ଉପରେ କାରର ଚକ ରହିଯାଇଛି । ସେ ଯେତେବେଳେ ସେଠାରୁ ଉଠିବକୁ ଚାହିଁଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ତାଙ୍କ ପଣତ ଚକାତଳେ ରହିଯାଇଛି । ସେବହୁଚେଷ୍ଟା କରି ମଧ୍ୟ ତାଙ୍କ ଶାଢ଼ୀର ପଣତକୁ ବାହାର କରିପାରୁ ନଥିଲେ ।

ଆଉ ସେହି ସମୟରେ ଅନ୍ୟପଟୁ ଦୁଇ ଜଣ ପୋଲିସ୍ କାଇକ୍ ରେ ଆସି ପଚାରୁଛନ୍ତି ଯେ କଣ ହୋଇଛି । ଯେତେବେଳେ ପୁରା ଘଣା ବିଷୟରେ ଜାଣିଲେ । ସେତେବେଳେ ଜଣେ ଗାଡ଼ି ମକାନିକ୍ ଡାକି ସେ କାରର ଚକ ଖଲାଇଥିଲେ । ସେହି ସମୟରେ କାରର ମାଲିକ ଆସି ଘଟଣାସ୍ଥଳରେ ପହଞ୍ଚିଥଲେ । ପେଲିସଙ୍କୁ ସେମାନେ ଯେତେ ଅନୁରୋଧ କରିଥି ବି ପୋଲିସ କିଛି ଶୁଣି ନଥିଲେ, ସେ କାରରୁ ଚକ ଖୋଲି ନେଇ ଯାଇଥିଲେ । ତେବେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @JittuSingh0 ନାମକ ଏକ ଆକାଣ୍ଟରୁ ଗତକାଲି ପୋଷ୍ଟ କାରାଯାଇଛି । ଏହି ଭିଡିଓଟିକୁ ଏବେ ସୁଧା ୧.୫ ମିଲିୟନ୍ ଲୋକ ଦେଖି ସାରିଲେଣି । ୧୯ହଜାରରୁ ଅଧିକ ଲୋକ ଲାଇକ କରିସାରିଳେଣି । 

Get real time updates directly on you device, subscribe now.