fbpx

ଘୋର କଳିଯୁଗ ! ଶ୍ରୀରାମଙ୍କ ପ୍ରତିଛବି ଥିବା ପ୍ଲେଟରେ ବିକ୍ରି କରୁଥିଲେ ବିରିୟାନୀ, ଘଟଣାସ୍ଥଳରେ ହଙ୍ଗାମା, ଦୋକାନୀକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ପ୍ରଭୁ ଶ୍ରୀରାମଙ୍କ ଭକ୍ତ । ପ୍ରଭୁ ଶ୍ରୀ ରାମ ସମସ୍ତ ବିପଦରୁ ସେମାନଙ୍କ ଭକ୍ତଙ୍କୁ ରକ୍ଷା କରିଥାନ୍ତି । ଏହା ସହ ଶ୍ରୀ ରାମଙ୍କୁ ସ୍ମରଣ ମାତ୍ରକେ ସମସ୍ତ ବିପଦ ଟଳିଯାଏ ବୋଲି ରାମ ଭକ୍ତଙ୍କ ବିଶ୍ୱାସ ରହିଛି । ନିକଟରେ ପବିତ୍ର ରାମ ନବମୀ ସମୟରେ ସାରା ଦେଶ ରାମମୟ ହୋଇଯାଇଥିଲା । ଚତୁର୍ଦିଗ ଯେପରି ଜୟ ଶ୍ରୀ ରାମ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଦିଲ୍ଲୀରୁ ଶ୍ରୀ ରାମଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଦିଲ୍ଲୀ ଜାହାଙ୍ଗିରପୁରି ଅଞ୍ଚଳରେ ଭଗବାନ ରାମଙ୍କ ପ୍ରତିଛବି ଥିବା ଏକ ପେପର ପ୍ଲେଟରେ ବିରିୟାନୀ ବିକ୍ରିକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ଏହି ମାମଲାରେ ଜାହାଙ୍ଗିରପୁରି ପୋଲିସ ଅଭିଯୁକ୍ତକୁ ଗିିରଫ କରି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ଅନେକ ରାମ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ।

ସୂତ୍ରରୁ ପ୍ରକାଶ ମଙ୍ଗଳବାର ଦିଲ୍ଲୀ ସ୍ଥିତ ଜାହାଙ୍ଗିରପୁରି ଅଞ୍ଚଳରେ ଜଣେ ବିରିୟାନୀ ବିକ୍ରେତା ପ୍ରଭୁ ଶ୍ରୀ ରାମଙ୍କ ପ୍ରତିଛବି ଥିବା ପେପର ପ୍ଲେଟରେ ବିରିୟାନୀ ବିକ୍ରି କରୁଥିଲେ । ଲୋକମାନେ ଏହି ପ୍ଲେଟରୁ ବିରିୟାନୀ ଖାଇ ଡଷ୍ଟବିନରେ ପ୍ଲେଟ୍ ମଧ୍ୟ ଫିଙ୍ଗୁ ଥିଲେ । ସ୍ଥାନୀୟ ହିନ୍ଦୁ ସଂଗଠନର ନଜର ଦୋକାନ ଉପରେ ପଡ଼ିଲା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହା ପରେ ସଂଗଠନ ଲୋକମାନେ ଦୋକାନୀକୁ କାବୁ କରି ପଚରାଉଚରା କରିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଶ୍ରୀ ରାମଙ୍କ ପ୍ରତିଛବି ଥିବା ସମସ୍ତ ପେପର ପ୍ଲେଟ୍ ଜବତ କରିବା ସହ ଦୋକାନୀକୁ ଗିରଫ କରିଥିଲା । ଅପରପକ୍ଷରେ ସ୍ଥାନୀୟ ଲୋକମାନେ ଏ ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ଼ କରିଥିଲେ । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.