fbpx

ବାବର ରୋଡ ସାଇନ୍ ବୋର୍ଡରେ ‘ଅଯୋଧ୍ୟା ମାର୍ଗ’ ପୋଷ୍ଟର ଲଗାଇଲା ହିନ୍ଦୁ ସେନା, ହଟାଇଲା ପ୍ରଶାସନ

AAKASH

ନୂଆଦିଲ୍ଲୀ: ହିନ୍ଦୁ ସେନାର କର୍ମକର୍ତ୍ତାମାନେ ନୂଆଦିଲ୍ଲୀର ବାବର ରୋଡରେ ଥିବା ଏକ ସାଇନ୍ ବୋର୍ଡରେ ‘ଅଯୋଧ୍ୟା ମାର୍ଗ’ ନାମରେ ଏକ ପୋଷ୍ଟର ଲଗାଇଛନ୍ତି। କିନ୍ତୁ ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟାଇ ଦିଆଯାଇଥିଲା। ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତା ଏକ ବିବୃତିରେ କହିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହୋଇଛି। ଜାନୁଆରି ୨୨ ତାରିଖରେ ମନ୍ଦିରର ପୂଜାର୍ଚ୍ଚନା କରାଯାଉଛି। ଏଭଳି ସ୍ଥିତିରେ ଏବେ ଦିଲ୍ଲୀର ବାବର ରୋଡର କାମ କ’ଣ? ଆମ କର୍ମୀମାନେ ଏହି ରାସ୍ତାକୁ ଅଯୋଧ୍ୟା ମାର୍ଗ ନାମରେ ନାମିତ କରିଛନ୍ତି।

ହିନ୍ଦୁ ସେନା ପୂର୍ବରୁ ଅନେକ ଥର ମୋଗଲ ଶାସକଙ୍କ ନାମରେ ନାମିତ ମାର୍ଗର ସାଇନବୋର୍ଡରେ ପୋଷ୍ଟର ଲଗାଇସାରିଛି । ହିନ୍ଦୁ ସେନା ସାଇନ୍ ବୋର୍ଡରେ ଅଯୋଧ୍ୟା ମାର୍ଗର ପୋଷ୍ଟର ଲଗାଇବାର ଏକ ଭିଡିଓ ମଧ୍ୟ ଜାରି କରିଛି। ତେବେ ଭିଡିଓ ସାମ୍ନାକୁ ଆସିବାର କିଛି ଘଣ୍ଟା ମଧ୍ୟରେ ପୋଲିସ ସାଇନ୍ ବୋର୍ଡରେ ଲାଗିଥିବା ପୋଷ୍ଟରଗୁଡ଼ିକୁ ହଟାଇ ଦେଇଥିଲା। ସେପଟେ ଏନଡିଏମସିର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ବର୍ତ୍ତମାନ ଏ ସଂକ୍ରାନ୍ତରେ ପୋଲିସରେ ଅଭିଯୋଗ କରୁଛନ୍ତି।

Get real time updates directly on you device, subscribe now.