fbpx
BJD
BJD SKY
BJD SKY

ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କଲେ ସୋଏବ, ଏବେ କ’ଣ କରିବେ ସାନିଆ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ୍ ଖେଳାଳି ସୋଏବ ମଲ୍ଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି । ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ସହ ତାଙ୍କ ତଲାକକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇ ଆସୁଥିଲା । ସୋଏବ ଓ ସାନିଆଙ୍କର ୫ ବର୍ଷର ଏକ ପୁଅ ବି ରହିଛି ଯିଏକି ଏବେ ସାନିଆଙ୍କ ସହ ରହୁଛନ୍ତି । ଏହାରି ମଧ୍ୟରେ ସୋଏବ ମଲ୍ଲିକ ଶନିବାର ଅର୍ଥାତ୍ ଜାନୁୟାରୀ ୨୦ରେ ନିଜ ବିବାହ ସମାରୋହର ଫଟୋ ସେୟାର କରିଛନ୍ତି ।

ସାନା ଜାଭେଦ ହେଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ଯିଏ ୨୦୧୨ରେ ସହର-ଏ-ଜାତ ସିରିଏଲ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ରୋମାଣ୍ଟିକ ଡ୍ରାମା କାହାଣୀରେ ମୁଖ୍ୟ ଭୂମିକା ନିଭାଇବା ପରେ ତାଙ୍କୁ ସମସ୍ତେ ଜାଣିଥିଲେ । ଏହି ଶୋ’ ଲାଗି ସେ ଲକ୍ସ ଷ୍ଟାଇଲ୍ ଆୱାର୍ଡରେ ନାମାଙ୍କନ ବି ହାସଲ କରିଥିଲେ । ତେବେ ସନା ଏହା ପୂର୍ବରୁ ପାକିସ୍ତାନୀ ଅଭିନେତା, ଗାୟକ-ଗୀତିକାର ଓ ସଙ୍ଗୀତ ନିର୍ମାତା ଉମେର ଜସୱାଲଙ୍କୁ ବିବାହ କରିଥିଲେ । ସେ ୨୦୨୦ରେ ବିବାହ କରିଥିଲେ ଓ ୨୦୨୩ରେ ତାଙ୍କର ତଲାକ ହୋଇଥିଲା ।

ଏହା ପୂର୍ବରୁ ସାନିଆ ବୁଧବାର ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ତାଙ୍କର ଓ ସୋଏବଙ୍କର ତଲାକ ଖବର ଆହୁରି ଜୋର ଧରିଥଲା । ଏହି ପୋଷ୍ଟରେ ସେ ଲେଖିଥିଲେ ‘ବିବାହ ମୁସ୍କିଲ, ତଲାକ ବି ମୁସ୍କିଲ , ନିଜ ମୁସ୍କିଲ ନିଜେ ବାଛ’ । ସେ ଆହୁରି ଲେଖିଥିଲେ କି ଜୀବନ କେବେ ବି ସରଳ ହେବ ନାହିଁ । ଏହା ସର୍ବଦା ମୁସ୍କିଲ ରହିବ । କିନ୍ତୁ ଆମେ ବୁଦ୍ଧିମାନ ଭାବରେ ନିଜର ରାସ୍ତା ଚୟନ କରିବା ।

Get real time updates directly on you device, subscribe now.