fbpx

ମଣିଷର ଭାଗ୍ୟର ୫ଟି ଜିନିଷ ମା’ ଗର୍ଭରେ ସ୍ଥିର ହୋଇଥାଏ ! ଜାଣନ୍ତୁ ଜନ୍ମ ସହ ଜଡ଼ିତ ଏହି ରହସ୍ୟ

ସଂସାରରେ ଜନ୍ମ ନେଉଛ ମାନେ ମୃତ୍ୟୁ ସୁନିଶ୍ଚିତ । ଏହା ଜୀବନର ଏକ ଅପ୍ରିୟ ସତ୍ୟ । ମୃତ୍ୟୁ ପରେ ମଣିଷର କର୍ମ ସ୍ଥିର କରିଥାଏ କି ତାଙ୍କୁ ସ୍ୱର୍ଗ ପ୍ରପ୍ତି ହେବ ନା ନର୍କ ଭୋଗିବାକୁ ପଡ଼ିବ । ଜନ୍ମ ପରେ ମଣିଷ ଜୀବନରେ ଅନେକ ଭଲ ଓ ଖରାପ ଘଟଣା ଘଟିଥାଏ । ଭଲ ଘଟଣା ଯୋଗୁଁ ମଣିଷ ନିଜ ଭାଗ୍ୟକୁ ପ୍ରଶଂସା କରେ ତ’ ଖରାପ ଘଟଣା ପାଇଁ ନିଜ ଭାଗ୍ୟକୁ ନିନ୍ଦା କରେ । ଏବେ ଏପରି ପ୍ରଶ୍ନ ମନକୁ ଆସେ କି, ମଣିଷର ଜନ୍ମ ପୂର୍ବରୁ ଭାଗ୍ୟର ହିସାବ-କିତାବ ସ୍ଥିର ହୁଏ ନା ଜନ୍ମ ପରେ ନିର୍ଦ୍ଧାରିତ ହୁଏ । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର…

କେବେ ନିର୍ଦ୍ଧାରିତ ହୁଏ ମଣିଷର ଭାଗ୍ୟ?
ପଣ୍ଡିତ ଇନ୍ଦ୍ରମଣି ଘନଶ୍ୟାଲ କହିଛନ୍ତି ଯେ, ଜୀବନର ସଙ୍କଟକୁ ଦୂର କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଶହ ଶହ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ, ଯେକୌଣସି ମଣିଷର ଭାଗ୍ୟର ୫ଟି ଜିନିଷ ମା’ ଗର୍ଭରେ ସ୍ଥିର ହୋଇଯାଏ । ଏହାକୁ କେହି ବଦଳାଇପାରିବେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ‘ବୟସ, କର୍ମ, ଧନ-ସମ୍ପତ୍ତି, ଶିକ୍ଷା ଏବଂ ମୃତ୍ୟୁ’ ଏହି ୫ଟି ଜିନିଷ ମାତୃ ଗର୍ଭରେ ଥିବା ସମୟରେ ତାଙ୍କ ଭାଗ୍ୟରେ ଲେଖାଯାଇଥାଏ । ଜୀବନସାରା ଏହାକୁ କେହି ବଦଳାଇ ପାରିବେ ନାହିଁ । ଯାହାରେ ଯେତେ ବୟସ ଥିବ, ସେ ସେତିକି ବର୍ଷ ହିଁ ବଞ୍ଚିବ ।

ମନୁଷ୍ୟର ଲକ୍ଷ୍ୟ କ’ଣ?
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଜ ଜୀବନରେ ଧର୍ମର ମାର୍ଗ ଅନୁସରଣ କରି ଜ୍ଞାନ ଏବଂ ଧନ ଅର୍ଜନ କରିବା ଉଚିତ । ଯାହାଫଳରେ ସମାଜରେ ସେହି ବ୍ୟକ୍ତିର ସମ୍ମାନ ରହିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜନ୍ମ ପରେ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଏହି ୪ଟି ଜିନିଷ ହାସଲ କରିବା ଉଚିତ୍ । ଧର୍ମର କାମ କରି ବ୍ୟକ୍ତିଙ୍କୁ ଧନ-ସମ୍ପତ୍ତି ପ୍ରାପ୍ତ କରିବା ଉଚିତ୍ । ଏହା ପରେ ବିବାହ କରି ନିଜର ଗୃହସ୍ଥ ଜୀବନ ଆରମ୍ଭ କରିବା ଉଚିତ୍ । ଶେଷରେ ମୋକ୍ଷ ପାଇବା ପାଇଁ ଭଗବାନଙ୍କୁ ସ୍ମରଣ ଓ ଭଲ କାମ କରିବା ଉଚିତ୍ । ଏହିପରି ଭାବେ କୌଣସି ମଣିଷର ଭାଗ୍ୟ ତାଙ୍କ ଜନ୍ମ ପୂର୍ବରୁ ହିଁ ସ୍ଥିର ହୋଇଥାଏ ।

 

Get real time updates directly on you device, subscribe now.