fbpx
BSKY SKY
BSKY SKY

Teenagersମାନଙ୍କ ମଧ୍ୟରେ କର୍କଟ ଆଶଙ୍କା ବୃଦ୍ଧି କରିଥାଏ E-Cigarette

BSKY

ଓଡ଼ିଶା ଭାସ୍କର: ଆଜିକାଲି ଧୂମପାନ ଏକ ସାଧାରଣ ବିଷୟ । ସମସ୍ତେ ଜାଣିଛନ୍ତି ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ । କିନ୍ତୁ ଆଜିକାଲିର ଯୁବପୀଢ଼ୀ ଏବଂ Teenagersମାନଙ୍କ ମଧ୍ୟରେ E-Cigaretteର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ଯାହାକି ଏକ ଚିନ୍ତାଜନକ ବିଷୟ ପାଲଟିଛି । ଏହାକୁ Vaping ମଧ୍ୟ କୁହାଯାଏ । ପ୍ରାୟତଃ ସମସ୍ତ Vaping ପଦାର୍ଥରେ ତରଳ ଆକାରରେ ନିକୋଟିନ୍ ରହିଥାଏ ଯାହାକି ଏକ ନିଶାଦ୍ୱବ୍ୟ ଅଟେ । ସାଧାରଣତଃ E-Cigaretteକୁ ପାରମ୍ପରିକ ତମାଖୁ ସିଗାରେଟର ସୁରକ୍ଷିତ ବିକଳ୍ପ ଭାବରେ ପ୍ରୋତ୍ସାହିତ କରାଯାଇଥାଏ କିନ୍ତୁ ଏହା ଅଧିକ କ୍ଷତିକାରକ ହୋଇଥାଏ । E-Cigaretteରେ Formaldehyde ଏବଂ Acrolein ଭଳି ରସାୟନିକ ପଦାର୍ଥ ରହିଛି । ଦୀର୍ଘ ସମୟଧରି ଏହାର ସମ୍ପର୍କରେ ରହିଲେ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । E-Cigaretteର ଆଡିକ୍ସନ୍ ଦ୍ୱାରା

– ଫୁସଫୁସ୍ କର୍କଟର ରିସ୍କ ବୃଦ୍ଧି ପାଇଥାଏ

– ଶ୍ୱାସ ଜନିତ ସମସ୍ୟା ଦେଖାଦେଇଥାଏ

– ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ

– ହୃଦୟ ଜନିତ ସମସ୍ୟା

ଆଜିକାଲି ଯୁବପୀଢ଼ୀ ଏବଂ Teenagersମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଫ୍ଲେଭରର E-Cigarette ଉପଲବ୍ଧ ଯେପରି ଫଳ, ମିଣ୍ଟ, କ୍ୟାଣ୍ଡି ଇତ୍ୟାଦି । ତେଣୁ ଇ- ସିଗାରେର ଆଡିକ୍ସନରୁ ଯୁବପୀଢ଼ୀ ଏବଂ Teenagersମାନଙ୍କୁ ଦୂରେଇ ରଖିବା ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ହୋଇଯାଇଛି । ଏହି E-Cigaretteର ଉତ୍ପାଦନ, ବିକ୍ରି ଏବଂ ଡିଷ୍ଟ୍ରିବୁସନ୍ ଉପରେ ରୋକ୍ ଲଗାଇବା ଉଚିତ ।

Get real time updates directly on you device, subscribe now.