fbpx

କେବେ ଏବଂ କେଉଁ ପରିସ୍ଥିତିରେ ଆମକୁ ବଡ଼ମାନଙ୍କର ପାଦ ଛୁଇଁବା ଉଚିତ୍ ନୁହେଁ? ଜାଣନ୍ତୁ ଏହାର କାରଣ

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି, ଚରଣ ସ୍ପର୍ଶ କରିବା ଅର୍ଥ ହେଉଛି ପାଦକୁ ଛୁଇଁବା ମଧ୍ୟ ସେଥିମଧ୍ୟରୁ ଗୋଟିଏ । ଯେତେବେଳେ ବି ଜଣେ ବୟସ୍କ ବ୍ୟକ୍ତି ଆମକୁ ଭେଟନ୍ତି, ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ଆମେ ତାଙ୍କ ପାଦ ଛୁଇଁଥାଉ, ଏହା ଏକ ଭାରତୀୟ ପରମ୍ପରା ।

ହିନ୍ଦୁ ପରମ୍ପରାର ଧାର୍ମିକ ଗ୍ରନ୍ଥରେ ପାଦ ଛୁଇଁବାର ଅନେକ ଲାଭ ବିଷୟମରେ ବର୍ଣ୍ଣନା କରାଯାଇଛି । ଏହା ସହିତ କେଉଁ ଅବସ୍ଥାରେ ତାଙ୍କ ପାଦ ଛୁଇଁବା ଉଚିତ୍ ନୁହେଁ, ତାହା ମଧ୍ୟ କୁହାଯାଇଛି । ଆସନ୍ତୁ ଜାଣିବା…

ଶବଦାହରୁ ଫେରୁଥିବା ବ୍ୟକ୍ତିଙ୍କ ପାଦ:-
ଯଦି ଜଣେ ସମ୍ମାନିତ ଏବଂ ବୃଦ୍ଧ ବ୍ୟକ୍ତି ଶବଦାହରୁ ଫେରୁଛନ୍ତି, ତେବେ ତାଙ୍କ ପାଦକୁ ଛୁଇଁବା ଉଚିତ୍ ନୁହେଁ । ଏହା ପଛର କାରଣ ହେଉଛି, ଶବଦାହରୁ ଫେରୁଥିବା ବ୍ୟକ୍ତି ଏକ ଅଶୁଦ୍ଧ ଅବସ୍ଥାରେ ଥାଆନ୍ତିି । ହିନ୍ଦୁ ପରମ୍ପରା ଅନୁଯାୟୀ, ଜଣେ ବ୍ୟକ୍ତି ଶବଦାହରୁ ଫେରି ଗାଧୋଇବା ପର୍ଯ୍ୟନ୍ତ ଶୁଦ୍ଧ ନୁହଁନ୍ତି । ଏହାକୁ ଧ୍ୟାନରେ ରଖି କୁହାଯାଇଛି ଯେ, ଶବଦାହରୁ ଫେରୁଥିବା ବ୍ୟକ୍ତିଙ୍କ ପାଦ ଛୁଇଁବା ଉଚିତ ନୁହେଁ ।

ଶୋଇଥିବା ବ୍ୟକ୍ତିଙ୍କ ପାଦ :-
ଯଦି ଜଣେ ବ୍ୟକ୍ତି ଶୋଇଛନ୍ତି, ତାଙ୍କୁ ସ୍ପର୍ଶ କରିବା ସଂପୂର୍ଣ୍ଣ ନିଷେଧ । ଏପରି ବ୍ୟକ୍ତିର ପାଦ ଛୁଇଁବା ପାପ ବୋଲି ବିବେଚନା କରାଯାଏ । କେବଳ ଗୋଟିଏ ଅବସ୍ଥାରେ ଶୋଇଥିବା ବ୍ୟକ୍ତିର ପାଦ ଛୁଇଁପାରିବେ, ଯେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିବ । ସେଥିପାଇଁ ହିନ୍ଦୁ ଧର୍ମରେ ଶୋଇଥିବା ବ୍ୟକ୍ତିଙ୍କ ପାଦ ଛୁଇଁବା ନିଷେଧ । ଏପରି କରିବା ଦୁର୍ଭାଗ୍ୟର ମୂଳ ବିବେଚନା କରାଯାଏ ।

ପୂଜା ବା ମନ୍ତ୍ର ଜପ କରୁଥିବା ବ୍ୟକ୍ତି:-
ଯଦି କୌଣସି ବ୍ୟକ୍ତି ପୂଜାପାଠ କରୁଛନ୍ତି କିମ୍ବା ମନ୍ତ୍ର ଜପ କରୁଛନ୍ତି, ତା’ହେଲେ ତାଙ୍କ ପାଦକୁ ଛୁଇଁବା ମଧ୍ୟ ଉଚିତ ନୁହେଁ । କାରଣ ଏହି ଅବସ୍ଥାରେ ସେ ଭଗବାନଙ୍କର ଧ୍ୟାନ କରୁଛନ୍ତି । ଆମ ପାଦକୁ ଛୁଇଁବା ତାଙ୍କର ଧ୍ୟାନରେ ବାଧରା ଉତ୍ପନ୍ନ କରେ । ତେଣୁ ଯଦି ଜଣେ ବ୍ୟକ୍ତି ପୂଜାପାଠ କରନ୍ତି କିମ୍ବା ମନ୍ତ୍ର ଜପ କରନ୍ତି, ତେବେ ଜଣେ ତାଙ୍କ ପାଦକୁ ଛୁଇଁବା ଉଚିତ୍ ନୁହେଁ ।

ଅପରିଷ୍କାର ଅବସ୍ଥାରେ ମଧ୍ୟ ପାଦ ସ୍ପର୍ଶ କରନ୍ତୁ ନାହିଁ :-
ଯଦି ଜଣେ ବ୍ୟକ୍ତି ସକାଳେ ଉଠନ୍ତି, ତେବେ ସେହି ସମୟରେ ତାଙ୍କ ପାଦ ଛୁଇଁବା ଉଚିତ୍ ନୁହେଁ କାରଣ ସେହି ସମୟରେ ସେ ଏକ ଅପରିଷ୍କାର ଅବସ୍ଥାରେ ଥାଆନ୍ତି । ରାତିସାରା ଶୋଇବା ଦ୍ୱାରା ତାଙ୍କ ଶରୀର ଅପରିଷ୍କାର ହୋଇଯାଏ । ଏହା ସହ ସକାଳେ ଶୌଚ ଆଦି କର୍ମ କରିବା ଦ୍ୱାରା ଅଶୁଦ୍ଧ ଆହୁରି ବଢ଼ିଯାଏ । ସେଥିପାଇଁ ଯଦି ବିନା ସ୍ନାନ କରିଥିବା ବ୍ୟକ୍ତି ସକାଳେ ଦେଖାଯାଆନ୍ତି, ତେବେ ଜଣେ ତାଙ୍କ ପାଦକୁ ଛୁଇଁବା ଉଚିତ୍ ନୁହେଁ ।

Get real time updates directly on you device, subscribe now.