fbpx

ଏହି ରାଜ୍ୟରେ ବିବାହ ଦିନ କନ୍ୟାକୁ ପିନ୍ଧାଯାଏ କଳା ଚୁଡି; ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ରହିଛି । ପ୍ରେତ୍ୟକ ଷୁଭ କାର୍ଯ୍ୟର କିଛି ନିତି ନିୟମ ମଧ୍ୟ ରହିଛି । ତେବେ ଆପଣମାନେ ନିଶ୍ଚୟ ଶୁଣିଥିବେ ଏବଂ ଜାଣିଥିବେ ହିନ୍ଦୁଧର୍ମରେ ହେଉଥିବା କୌଣସି ଶୁଭ କାମ କିମ୍ବା ବିବାହରେ କଳାରଙ୍ଗର ବ୍ୟବହାରକୁ ନିଷେଦ୍ଧ କରାଯିବା ସହ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହିନ୍ଦୁଧର୍ମରେ ଏବଂ ଭାରତରେ ଏପରି ବି କିଛି ସ୍ଥାନ ଅଛି ଯେଉଁଠାରେ ବିବାହ ଦିନ ଝିଅକୁ କଳା ଚୁଡି ପିନ୍ଧାଯାଏ । ଏଥିସହିତ ଏହି କଳା ଚୁଡିକୁ ୬ ମାସ ପର୍ଯ୍ୟନ୍ତ କନ୍ୟା ପିନ୍ଧି ରହିଥାଏ । ତେବେ କଳା ରଙ୍ଗକୁ ରଙ୍ଗକୁ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ…

ଝିଅକୁ କାହିଁକି ପିନ୍ଧାଯାଏ କଳା ଚୁଡି: ଭାରତରେ ଥିବା ଉତ୍ତର ପ୍ରଦେଶ ରାଜ୍ୟରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ବିବାହ ଦିନ ଝିଅକୁ କଳା ଚୁଡି ପିନ୍ଧାଯାଏ । ଏଥିସହିତ ବିବାହର ପୂର୍ବଦିନ ଝିଅକୁ ବିବାହିତ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ମଧ୍ୟ ଦାନ କରାଯାଏ । ଯାହାକି ସେଠାକର ଏକ ପ୍ରଥା ବୋଲି ଜଣାପଡିଛି । ତେବେ ଏହି ପ୍ରଥା ଉତ୍ତର ପ୍ରଦେଶରେ କାହିଁ କେଉଁ କାଳରୁ ଚାଲି ଆସୁଛି । ହିନ୍ଦୁ ଧର୍ମରେ ପାଣି ଚୁଡି ଶୁଭବୋଲି ବିବେଚନା କରାଯାଏ । କୁହାଯାଏ ଯେ ଯଦି କନ୍ୟା କଳା ରଙ୍ଗର ଚୁଡି ପିନ୍ଧେ ତେବେ ଏହା ଶୁଭ ଏବଂ ଫଳପ୍ରଦ ହୋଇଥାଏ । ଏଥିସହିତ ଏହା ଏହା କନ୍ୟାକୁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଏବଂ ମନ୍ଦ ଦୃଷ୍ଟିରୁ ଦୂରେଇ ରଖିଥାଏ । ଏତତ୍ ବୟତୀତ ବିବାହ ଦିନ କଳା ଚୁଡି ପିନ୍ଧିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସ୍ପର୍କର ସ୍ଥାପନ ହେବା ସହ ସେମାନଙ୍କ ଜୀବନରୁ ଦଃଖ ଦୂର ହୁଏ ।

ଏହି ପ୍ରଥା ଅନୁସାରେ କନ୍ୟା ବିବାହର ଅଧା ବର୍ଷ ଅର୍ଥାତ ୬ ମାସ ପର୍ଯ୍ୟନ୍ତ ଏହି ଚୁଡି ପିନ୍ଧିଥାଏ । ଯଦି ଚୁଡି ଭାଙ୍ଗିଯାଏ, ତେବେ କନ୍ୟା ତୁରନ୍ତ ଏହାକୁ ବଦଳାଇ ନୂତନ କଳା ଚୁଡି ପିନ୍ଧିବା ଉଚିତ୍ । ଏଥିସହିତ ଭାଙ୍ଗି ଯାଇଥିବା ଚୁଡିକୁ ଅଳିଆଗଦାରେ ପକାଇବା ଉଚିତ୍ ନୁହେଁ । ଏହାକୁ ନଦୀରେ ଭସାଇ ଦିଅନ୍ତି । ତେବେ ପ୍ରଥାରେ ଏହା ମଧ୍ୟ ରହିଛି ଯେ ବିବାହ ଦିନ ସକାଳେ କନ୍ୟାକୁ କିଛି ବିବାହିତ ମହିଳାମାନେ ସିନ୍ଦୁର ଦାନ କରନ୍ତି । ସେମାନେ କନ୍ୟାର ମଥାରେ ସେମାନଙ୍କର ସିନ୍ଦୁର ପ୍ରୟୋଗ କରି କନ୍ୟାକୁ ସୌଭାଗ୍ୟବତି ବୋଲି ଆର୍ଶିବାଦ କରିଥାନ୍ତି ।

Get real time updates directly on you device, subscribe now.