fbpx

ମେ ୩୧ ଯାଏଁ ଲକ୍-ଡାଉନ୍ ବଢାଇବାକୁ ସଙ୍କେତ ଦେଲା ଏହି ରାଜ୍ୟ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଭାରତରେ ତୀବ୍ର ଭାବରେ ବଢିଚାଲିଛି । ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୫୨୪ କୁ ବୃଦ୍ଧି ପାଇଥିବାରୁ ଲକ୍-ଡାଉନ୍ ଅବଧି ମେ ୩୧ ପର୍ଯ୍ୟନ୍ତ ବଢାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ଲକ୍-ଡାଉନ୍ ବଢାଇବାକୁ ସଙ୍କେତ ଦେଇସାରିଛନ୍ତି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଲକ୍-ଡାଉନରେ କମ୍ ପ୍ରଭାବିତ ଅଞ୍ଚଳଗୁଡିକରେ କିଛିଟା କୋହଳ କରାଯିବ । କିନ୍ତୁ ୫୦ରୁ ଅଧିକ ଆକ୍ରାନ୍ତ ଥିବା ସ୍ଥାନରେ ପ୍ରତିବନ୍ଧକ କଡାକଡି ପାଳନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.