ସାବଧାନ! ଖୋଲିଲା ଗେଟ୍, ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ବନ୍ୟା, ରୁହନ୍ତୁ ସତର୍କ ନହେଲେ…
୧୦ ଜିଲ୍ଲାକୁ ସତର୍କତା ଜାରି।
ଭୁବନେଶ୍ୱର: ସତର୍କ ରୁହନ୍ତୁ ତଳିଆ ଅଞ୍ଚଳବାସୀ। ଖୋଲିଲା ହୀରାକୁଦ ଗେଟ୍। ମାଡ଼ି ଆସିବ ବନ୍ୟା ପାଣି। ସତର୍କ ରହିବାକୁ ଦିଆଗଲା ପରାମର୍ଶ। ଖୁବଶୀଘ୍ର ଉଚ୍ଚା ସ୍ଥାନ ଦେଖି ସ୍ଥାନାନ୍ତର ହେଇଯିବାକୁ ପରାମର୍ଶ।
ହଁ ଆଜ୍ଞା ହୀରାକୁଦ ଜଳଭଣ୍ଡାରର ଏକାଥରେ ୧୪ଟି ଗେଟ୍ ଖୋଲିଲା। ସୁ ସୁ ଗର୍ଜନ କରି ମାଡ଼ି ଆସୁଛି କ୍ୟୁସେକ୍ କ୍ୟୁସେକ୍ ପାଣି। ବଢ଼ିପାରେ ନଦୀ। ତେଣୁ ବନ୍ୟା ଆଶଙ୍କା ଥିବାରୁ ଏବେଠାରୁ କରାଗଲାଣି ସତର୍କ।
ବିଶେଷ କରି ବନ୍ୟା ହେଲେ ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମହାନଦୀରେ ୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ଆଶଙ୍କା ରହିଛି। ତେଣୁ ୧୦ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି।