fbpx
BSKY
BJD SHG SKY
BJD MC SKY

ବଢ଼ୁଛି ଜଳସ୍ତର: ଆଉ ଘଣ୍ଟାଏ ଭିତରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗ ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଉ ଘଣ୍ଟାଏ ମଧ୍ୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ ।

ତେବେ ଏକା ସାଙ୍ଗରେ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲାଯିବ । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୦୭.୩୭ ଫୁଟ ରହିଛି । ଏବେ ହୀରାକୁଦକୁ ସେକେଣ୍ଡେ ପ୍ରତି ୭୭,୭୭୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେକେଣ୍ଡ ପ୍ରତି ୨୩,୩୩୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.