fbpx
BJD
BJD SKY
BJD SKY

(Video) ଛତିଶଗଡ଼ ପାଣି ଛାଡ଼ିଲେ ଖୋଲିବ ହୀରାକୁଦ ଗେଟ: ଯଦି ଗେଟ ନ ଖୋଲେ ତେବେ ସବୁଦିନ ପାଇଁ ଇତିହାସ ହୋଇ ରହିଯିବ ହୀରାକୁଦ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହୀରାକୁଦ ନଦୀବନ୍ଧର ଜଳଭଣ୍ଡାରରୁ ନିଷ୍କାସିତ ହୋଇଛି ବର୍ଷର ପ୍ରଥମ ବନ୍ୟା ଜଳ । ୭ ନମ୍ବର ଗେଟ ଦେଇ ଏହି ଜଳକୁ ଛଡ଼ାଯାଇଛି । ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ନେଇ ଗତ ୨୦ ତାରିଖରେ ବନ୍ଧ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ୨୩ ତାରିଖ ସକାଳ ୯ଟା ସମୟରେ ଜଳଭଣ୍ଡାରରୁ ବନ୍ୟା ଜଳ ଛଡ଼ାଯିବା ନେଇ ୧୪ଟି ଜିଲ୍ଲା ସର୍ବସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା ।

ତେବେ ହୀରାକୁଦ ଜଳଭଣ୍ଡାରରେ ଅହେତୁକ ଭାବେ ଜଳସ୍ତର ବଢ଼ିବାରେ ଲାଗିଛି । ଜଳଭଣ୍ଡାରରେ ପାଣିର ସ୍ରୋତ ଏତେ ପ୍ରଖର ରହିଛି ଯେ ନଦୀ କୁଳିଆ ଲୋକମାନେ ଚିନ୍ତିତ ହୋଇ ପଡ଼ିଲେଣି । ସେପଟେ ପ୍ରବଳ ପାଣିକୁ ସମ୍ଭାଳିବାକୁ ଡ୍ୟାମର କ୍ଷମତା ନାହିଁ । ତେଣୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବନ୍ଧ କର୍ତ୍ତୃପକ୍ଷ । ଡ୍ୟାମରେ ଏତେ ପାଣି ଭର୍ତ୍ତି ହୋଇ ଗଲାଣି ଯେ ଆଖପାଖର ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଗେଟ ନ ଖୋଲିଲେ ସବୁଦିନ ପାଇଁ ହୀରାକୁଦ ବନ୍ଧ ଇତିହାସ ପାଲଟିଯିବ । ଦୁର୍ବଳ ହୋଇଯାଇଥିବା ବନ୍ଧ ଏତେ ପାଣିକୁ ସମ୍ଭାଳି ପାରିବନି । ତେଣୁ ଗେଟ ଖୋଲିଲେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା ।

ତେବେ ଯଦି ହୀରାକୁଦରେ ଏଭଳି ପାଣି ବଢ଼ିଚାଲେ, ଆଉ ଓଡ଼ିଶା ଉପରକୁ ବିପଦ ମାଡ଼ିଆସେ ତେବେ ଏଠାରେ ମାଳିକାର କଥା ସତ ହୋଇଯିବ । ମହାନଦୀର ଜଳକୁ ସମ୍ଭାଳିବାର କ୍ଷମତା ହୀରାକୁଦର ନାହିଁ । ତେଣୁ ପ୍ରଳୟରେ ଫଳରେ ଓଡ଼ିଶା ବୁଡ଼ିଯିବ ବୋଲି ମାଳିକାରେ ଲେଖାହୋଇଛି । ବିନା ସୂଚନାରେ ଛତିଶଗଡ଼ ଗେଟ ଖୋଲିଦେବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଲଘୁଚାପର ବର୍ଷା ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଯଦି ଲଗାତର ବର୍ଷା ହୁଏ ତେବେ ମହାନଦୀ ପାଣିରେ ଭାସିବ ଓ ତାହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଛାନିଆ ହୋଇ ପଡ଼ିଲେଣି । ଛତିଶଗଡ଼ ସବୁଗେଟ ଖୋଲିଦେବାରୁ ତାହାକୁ ନିୟନ୍ତ୍ରଣ କରିବାକୁ ହୀରାକୁଦ ଜଳକୁ ରଖୁଛି, ମାତ୍ର ଏହି ଜଳ ଏତେ ପ୍ରଖର ଯେ ଏହାକୁ ଅଟକାଇବା କାଠିକର ପାଠ ହୋଇପଡ଼ିଛି ।

Get real time updates directly on you device, subscribe now.