fbpx

ବର୍ଷାଦିନେ କେଶ ଝଡିବା ସମସ୍ୟାରୁ ପାଇବାକୁ ଚାହୁଁଛନ୍ତୁ କି ମୁକ୍ତି, ଆପଣାନ୍ତୁ ଏହି ଉପାୟ

ଆଜିିକାଲି କେଶ ଝଡିବା ସମସ୍ୟା ପ୍ରାୟ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ମହିଳା ହୁଅନ୍ତୁ ବା ପୁରୁଷ କେଶ ଝଡାକୁ ନେଇ ସମସ୍ତେ ଚିନ୍ତା କରନ୍ତି । ପ୍ରାୟତଃ ବର୍ଷାଦିନେ ଏହି ସମସ୍ୟା ବେଶି ଦେଖିବାକୁ ମିଳେ । ତେବେ କେଶ ଝଡିବାକୁ ରୋକିବା ପାଇଁ ବଜାରରେ ବିକ୍ରି ହେଉଥିବା ଅନେକ ପ୍ରଡକ୍ଟର ବ୍ୟବହାର କରନ୍ତି । କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା କେଶକୁ ଅଧିକ ନଷ୍ଟ କରିଦିଏ । ଯଦି ଆପଣମାନଙ୍କର ମଧ୍ୟ କେଶ ଝଡିବା ଭଳି ସମସ୍ୟା ଲାଗି ରହିଛି, ତେବେ ଏହି ଉପାୟ ଦ୍ୱାରା କେଶ ଝଡିବାରୁ ମୁକ୍ତି ପାଇପାରିବେ ।

– ବର୍ଷାଦିନେ କେଶ ପାଇଁ ନଡିଆ ତେଲ ଏବଂ ଭୃଶୁଙ୍ଗ ପତ୍ର ବେଶ୍ ଉପକାରି ଅଟେ । ଏକ ପ୍ୟାନରେ ୫ ଚାମଚ ନଡିଆ ତେଲ ଗରମ କରନ୍ତୁ ଏବଂ ଏଥିରେ କିଛି ଭୃଶୁଙ୍ଗ ପତ୍ର ପକାଇ ଏହାକୁ କଳା ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ଗ୍ୟାସକୁ ବନ୍ଦ କରି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ପତ୍ର ଗୁଡିକ ତେଲରୁ ଅଲଗା କରିଦିଅନ୍ତୁ ଏବଂ ଏହି ତେଲକୁ ମୁଣ୍ଡରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା କେଶ ଧଳା ହେବା ଭଳି ସମସ୍ୟାରୁ ରୋକିବା ସହ କେଶର ମୂଳକୁ ଶକ୍ତିଶାଳୀ କରିଥାଏ । ତେବେ ଏହି ତେଲକୁ ଆପଣ ସପ୍ତାହକୁ ୩ଥର ଲଗାଇ ପାରିବେ ।

– ପ୍ରଥମେ ଏକ ପାତ୍ରରେ ଗୋଟିଏ ଅଣ୍ଡା ଭାଙ୍ଗନ୍ତୁ । ଏହାପରେ ଏଥିରେ ଦୁଇ ଚାମଚ ଅଲିଭ୍ ତେଲ ମିଶାଇ ଭଲରେ ଫେଣ୍ଟନ୍ତୁ । ଏବେ ଏହାକୁ ନେଇ କେଶରେ ମାଲିସ୍ କରି ୩୦ମିନିଟ ପରେ ମୁଣ୍ଡକୁ ଧୋଇଦିଅନ୍ତୁ । ତେବେ ଏହି ପ୍ୟାକକୁ ସପ୍ତାହରେ ୧ରୁ ୨ଥର ବ୍ୟବହାର କରନ୍ତୁ । ଏହା କେଶ ଝଡିବା ବନ୍ଦ କରିବା ସହ ମୁଣ୍ଡରେ ରୁପି ହେବାରୁ ମୁକ୍ତି ଦେଇଥାଏ ।

– ଏକ ପାତ୍ରରେ ଆପଲ ସାଇଡର ଭିନେଗାରରୁ ଏକ ବଡ ଚାମଚ ଏବଂ ଦୁଇ ଚାମଚ ବାଦାମ ତେଲକୁ ମିଶାନ୍ତୁ । ଏହି ମିଶ୍ରଣକୁ କିଛି ସମୟ ପାଇଁ ମୁଣ୍ଡରେ ମସାଜ କରନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତି କମରେ ଦୁଇଥର ବ୍ୟବହାର କରନ୍ତୁ । ଏହା କେଶ ଝଡାରୁ ମୁକ୍ତି ଦେବା ସହ ନୂତନ କେଶ ଉଠିବାରେ ମାହାଯ୍ୟ କରେ ।

Get real time updates directly on you device, subscribe now.