fbpx

ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କଲେ ମହାମହିମ ରାଷ୍ଟ୍ରପତି: କହିଲେ ନିଜର ଅନୁଭୂତି

ପୁରୀ: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ସକାଳୁ ପୁରୀ ସମୁଦ୍ର କୂଳରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ରାଷ୍ଟ୍ରପତି ପୁରୀ ବେଳାଭୂମିରେ କିଛିବାଟ ଚଲାବୁଲା କରିଥିଲେ । ଏହାପରେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କଲାପରେ ସେ ପୁରୀ ରାଜଭବନକୁ ଫେରିଥିଲେ । ରାଷ୍ଟ୍ରପତିଙ୍କ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳ ଯିବାକୁ ଅନୁମତି ମିଳିନଥିଲା । ଏଥିସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ରାଷ୍ଟ୍ରପତି ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ ପରେ କହିଛନ୍ତି ଯେ, ଜଗା ଦର୍ଶନ କରିବା ପରେ ମୋତେ ଅନେକ ଶାନ୍ତି ମିଳିଛି । ଆଜି ପୁଣି ସମୁଦ୍ର କୂଳରେ ଭ୍ରମଣ କରିବା ସମୟରେ ସୁଲୁସୁଲିଆ ପବନ ଏବଂ ସମୁଦ୍ରର ଗର୍ଜନରେ ବହୁତ ଆନନ୍ଦିତ ହୋଇଛି । କିଛି ଏପରି ସ୍ଥାନ ରହିଛି ଯାହା ମାନସିକ ଶାନ୍ତି ସହ ଏକ ରୋମାଞ୍ଚକର ଆନନ୍ଦ ଦିଏ । ଯାହା ଆଜି ମୋତେ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ ସମୟରେ ମିଳିଛି ।

ଖବର ଅନୁସାରେ , ମହାମହିମ ରାଷ୍ଟ୍ରପତି ଗତକାଲି ପୁରୀରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ପୁରୀରେ ପହଞ୍ଚି ରାଜଭବନକୁ ଯାଇଥିଲେ । ସେଠାରେ କିଛି ସମୟ ବିଶ୍ରାମ ପରେ ପୁଣି ବଡ ଦାଣ୍ଡରେ ରଥ ଦଉଡି ଛୁଇଁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଦୌପଦି ମୁର୍ମୁଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ସେହିପରି ୪ ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତିଙ୍କ ଆଜି ହେଉଛିି ତୃତୀୟ ଦିନ । ସେ ଅଜି ଭୁବନେଶ୍ୱରର ଅନେକ ସ୍ଥାନ ପରିଦର୍ଶନ କରିବା ସହ ଖଣ୍ଡଗିରି ଏବଂ ଉଦୟଗିରିକୁ ଯିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିଲ୍ଲୀ ଫେରିଯିବାର ସୂଚନା ରହିଛି ।

Get real time updates directly on you device, subscribe now.