fbpx

ଟ୍ରେଣ୍ଡ ପାଲଟିଲାଣି ହିଟ୍ ଆଣ୍ଡ ରନ୍ ମାମଲା,ପୁଣି ଗଲା ଜଣେ ବୃଦ୍ଧଙ୍କ ଜୀବନ

ପୁଣି ଥରେ ଆଉ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ମାମଲା ଲୋକଲୋଚନକୁ ଆସିଛି । ଗୋଟେ ପରେ ଗୋଟେ ଏହି ଘଟଣା ବଢ଼ିବାରେ ଲାଗିଛି । ପୁଣି ଏକ ଦ୍ରୁତଗାମୀ କାର୍ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ତାଙ୍କୁ ବନେଟ୍ ଉପରେ ଦୀର୍ଘ ୮କି.ମି ଘୋଷାଡ଼ି ନେଇଥିଲା । ଏହାପରେ ଡ୍ରାଇଭର ବ୍ରେକ୍ ମାରି ଦେବାରୁ ବୃଦ୍ଧ ଜଣକ ତଳେ ପଡ଼ି ଯାଇଥିଲେ । ଏହି ସମୟରେ କାର୍ ଟି ତାଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଛନ୍ତି । ବିହାରର ପୂର୍ବ ଚମ୍ପାରନରେ ଏହି ଅଘଟଣ ଘଟିଛି । ଏହି ଘଟଣା ପୁଣି ଥରେ ଦିଲ୍ଲୀ ହିଟ୍ ଆଣ୍ଡ ରନ୍ମାମଲାକୁ ମନେ ପକେଇ ଦେଇଛି ।

ସୂଚନାମୁତାବକ ବିହାରର ବାଙ୍ଗରା ଗାଁରେ ରହୁଥିବା ୭୦ ବର୍ଷୀୟ ଶଙ୍କର ଚୌଧୁରୀ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କାଦେଇଥିଲା । ପରେ ସେ କାର୍ ବନେଟ୍ରେ ଲାଖି ଯାଇଥିଲେ । ତଥାପି ଡ୍ରାଇଭର ଗାଡ଼ି ନ ଅଟକାଇ ତାଙ୍କୁ ୮କି.ମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି କାର୍ ଟିର ପିଛା କରିଥିଲେ । ଏଥିସହ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ୮ କି.ମି ଯିବା ପରେ ଡ୍ରାଇଭର ଗାଡ଼ିର ବ୍ରେକ୍ ମାରିବାରୁ ଶଙ୍କର ତଳେ ପଡ଼ି ଯାଇଥିଲେ । ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ ।

ପୋଲିସ ଏହି ଘଟଣାରେ କାର୍ ଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.