fbpx

୨ IASଙ୍କୁ ହକି ବିଶ୍ବକପ୍‌ ପରିଚାଳନା ଦାୟିତ୍ୱ: ଭୂପେନ୍ଦ୍ରଙ୍କୁ ରାଉରକେଲା ତ’ ରଘୁ ଜି.ଙ୍କୁ ଭୁବନେଶ୍ୱର

ଭୁବନେଶ୍ୱର: ହକି ବିଶ୍ୱକପ୍-୨୦୨୩ ପାଇଁ ଦୁଇ ବରିଷ୍ଠ ଆଇଏଏସଙ୍କୁ ଦିଆଯାଇଛି ପରିଚାଳନା ଦାୟିତ୍ୱ । ଏହି ଦୁଇ ଅଧିକାରୀଙ୍କ ଭିତରୁ ଜଣେ ହେଲେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନି‌ର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ। ଠିକ୍ ସେହିପରି ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନି‌ର୍ଦେଶକ ରଘୁ ଜିଙ୍କୁ ବି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଉଭୟ ଭୂପେନ୍ଦ୍ର ସିଂହ ପୁନିଆ ଓ ରଘୁ ଜି.ଙ୍କୁ OSD ଭାବେ ନିଯୁକ୍ତ କରାଯାଇଛି । ଭୂପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜି.ଙ୍କୁ ଦିଆଯାଇଛି ଭୁବନେଶ୍ବର ଦାୟିତ୍ୱ ।

ତେବେ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍-୨୦୨୩କୁ ଆଖି ଆଗରେ ରଖି ଓଡ଼ିଶା ସରକାର ଦୁଇଜଣ ଆଇଏସ ଅଧିକାରୀଙ୍କୁ ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି। ଏମାନେ ନିଜ ନିଜ ବିଭାଗ ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି। ଏଣେ ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନି‌ର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.