fbpx

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ହିମସ୍ଖଳନରେ ଫସିଲେ ପର୍ବତାରୋହୀ ଦଳ, ୨୦ ମୃତ ଆଶଙ୍କା…

ଉତ୍ତରାଖଣ୍ଡ ଗରୱାଲରେ ହିମସ୍ଖଳନ ଯୋଗୁଁ ୨୮ ରୁ ଅଧିକ ପର୍ବତାରୋହୀ ଫସିରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨୦ ଜଣକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୂଯାୟୀ ଉତ୍ତରାଖଣ୍ଡରେ ନେହରୁ ପର୍ବତାରୋହଣ ସଂସ୍ଥାନର ପର୍ବତାରୋହୀ ଦଳ ଏହି ହିମସ୍ଖଳନରେ ଫସିଛନ୍ତି । ଏହି ଘଟଣା ପରେ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ରକ୍ଷାମନ୍ତ୍ରର ରାଜନାଥ ସିଂହଙ୍କ ସହ କଥା ହେବା ନେଇ ସେନା ଠାରୁ ସାହାଯ୍ୟ ମାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମୀ ଟ୍ୱିଟ୍  କରି କହିଛନ୍ତି ଯେ ଦ୍ରୌପଦୀ କା ଡାଣ୍ଡା-୨ ପର୍ବତ ଶିଖରରେ ହିମସ୍ଖଳରେ ଫସିଥିବା ପର୍ବତାରୋହୀଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପାଇଁ ଏନଆଇଏମ ଟିମ୍ ସହ ଜିଲ୍ଲା ପ୍ରଶାସନ, ଏନଡିଆରଏଫ, ଏସଡିଆରଏଫ ସେନା ଏବଂ ଆଇଟିବିପି ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି ।

Get real time updates directly on you device, subscribe now.