fbpx

ବିଶ୍ୱକପ୍ ହକି ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ ଟିମ୍

AAKASH

ଭୁବନେଶ୍ୱର: ଚଳିତ ଥର ବିଶ୍ୱକପ୍ ହକି ଓଡିଶାରେ ହେବାକୁ ଯାଉଛି । ଫଳରେ ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ସ୍ପେନ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ପୂର୍ବରୁ ଅନେକ ବିଦେଶୀ ଦଳ ଓଡ଼ିଶାରେ ପହଁଚିଥିବା ସ୍ପେନ ଆଜି ଓଡିଶାରେ ପହଞ୍ଚିଛି  । ତେବେ  ଜାନୁଆରୀ ୧୩ ତାରିଖରେ ଏହାକୁ ଥିବା ପୁରୁଷ ବିଶ୍ୱକପ୍ ହକିରେ ସ୍ପେନ୍  ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ  । ।

ତେବେ ବିଶ୍ୱ ହକିକପ୍ ୨୦୨୩ ଓଡିଶାର ରାଉଲକେଲା ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ । ଏହି ହକି ବିଶ୍ୱକପକୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଉତ୍ସାହିତ ଥିବା ଜଣା ପଡିଛି ।

Get real time updates directly on you device, subscribe now.