fbpx
BSKY
BJD MS SKY
BJD YOUTH SKY

ଚା’ ରେ ଯଦି ବିଷ ମିଶିଥାଏ, ମୁଁ ପିଇବି ନାହିଁ : ଅଖିଳେସ ଯାଦବ

ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟୀର ଟ୍ୱିଟର ହ୍ୟାଣ୍ଡଲର ମନିଷ ଜଗନ ଅଗ୍ରୱାଲ ଗିରଫ ହେବା ପରେ ଅଖିଳେସ ଯାଦବ ପୋଲିସ ମୁଖ୍ୟାଳୟ ପହଁଚିଛନ୍ତି । ସେଠାରେ ଅଖିଳେସଙ୍କୁ ଦେଖି କିଛି ପୋଲିସ ଅଫିସର ତାଙ୍କ ପାଇଁ ଚାହା ମଗାଇଥିଲେ । ହେଲେ ଅଖିଳେସ ଯାଦବ ଚାହା ପିଇବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଇଥିବା ସହ କହିଥିଲେ, ମୁଁ ଏଠାରେ ଚାହା ପିଇବି ନାହିଁ କାରଣ ଏଥିରେ ଯଦି ବିଷ ମିଶିଥାଏ ତେଣୁ ମୋତେ ବିଶ୍ୱାସ ନାହିଁ ।

ଲକ୍ଷ୍ନୌରେ ହଜରତଗଞ୍ଜ ଥାନାରେ ପୋଲିସ ମନିଷ ଜଗନ ଅଗ୍ରୱାଲଙ୍କୁ ରବିବାର ଦିନ ସକାଳେ ଗିରଫ କରିଥିଲେ । ସମାଜବାଦୀ ପାର୍ଟୀର ଟ୍ୱିଟର ହ୍ୟାଣ୍ଡେଲରୁ କିଛି ଅଭଦ୍ର ଟିପ୍ପଣୀକୁ ନେଇ ହଜରତଗଞ୍ଜ କୋତବାଲୀରେ ୩ଟି କେସ ଦିଆଯାଇଥିଲା । ମନିଷ ଏହି ଟ୍ୱିଟର ଆକାଉଣ୍ଟକୁ ହ୍ୟାଣ୍ଡେଲ କରୁଥିଲେ । ତେବେ ଜାନୁଆରୀ ୬ ତାରିଖରେ ଲକ୍ଷ୍ନୌରେ ବିଜେପିର ସୋସିଆଲ ମିଡ଼ିଆ ପରିଚାଳନାର ଇନଚାର୍ଜ ଡା. ଋଚା ରାଜପୁତ, ସମାଜବାଦୀ ପାର୍ଟୀ ମିଡ଼ିଆ ସେଲ ନାମରେ ଟ୍ୱିଟର ପରିଚାଳନା ଉପରେ ରେପ୍ ଏବଂ ମାରିଦେବା ଧମକ ଅଭିଯୋଗ ଆଣିଛନ୍ତି ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମେତ ସମାଜବାଦୀ ପାର୍ଟୀ ର ସମସ୍ତ କାର୍ଯ୍ୟକର୍ତ୍ତା ଡ଼ିଜିପି ମୁଖ୍ୟାଳୟର ଗେଟ ନଂ ୨ ନିକଟରେ ଧାରଣାରେ ବସିଛନ୍ତି । ବିରୋଧର କାରଣ ହେଉଛି ଜଗନ ଅଗ୍ରୱାଲଙ୍କୁ ମୁକ୍ତି ଦିଆଯାଉ । ଅଖିଳେସ ଯାଦବଙ୍କ ବିବୃତ୍ତିର ଉତ୍ତର ଦେଇ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶହଜାଦ ପୁନାୱାଲା ଯବାବ ଦେଇ ଟ୍ୱିଟ କରିଛନ୍ତି, ଅଖିଳେସ ଯାଦବ ଆତଙ୍କବାଦୀ ଉପରେ ବିଶ୍ୱାସ କରୁଛନ୍ତି ଏବଂ ପ୍ରକାଶିତ ମଧ୍ୟ କରୁଛନ୍ତି । ଅଖିଳେସ ଆତଙ୍କବାଦୀଙ୍କୁ ବଞ୍ଚାଉଛନ୍ତି ହେଲେ ୟୁପି ପୋଲିସଙ୍କୁ ସନ୍ଦେହ କରୁଛନ୍ତି ।

ପୋଲିସ ମୁଖ୍ୟାଳୟରେ ପହଁଚିବା ପରେ ସପାର ଅଧ୍ୟକ୍ଷ ଅଖିଳେସ ଯାଦବଙ୍କୁ ଯେତେବେଳେ କୌଣସି ଅଧିକାର ମିଳି ନଥିଲା ସେତେବେଳେ ସେ ଟ୍ୱିଟ କରିଥିଲେ ଯେ, ମୁଖ୍ୟାଳୟରେ କୌଣସି ଦାୟିତ୍ୱ ନେବା ଲୋକ ନାହାନ୍ତି । କହିବାକୁ ଗଲେ ମନିଷ ଅଗ୍ରୱାଲ ନିଜ ଟୁଇଟରରେ ସମସ୍ତଙ୍କ ପାଇଁ ଅଭଦ୍ର ଭାଷା ଲେଖନ୍ତି । ବର୍ତ୍ତମାନ ମନିଷ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ତାଙ୍କୁ ମୁକୁଳେଇବା ପାଇଁ ସମାଜବାଦ ପାର୍ଟୀ ଟ୍ୱିଟରେ ଲେଖିଛନ୍ତି ‘ଏହା ଲକ୍ଷ୍ନୌ ପୋଲିସର ଲଜ୍ଜାଜନକ ପ୍ରତିକ୍ରିୟା ଅଟେ’ ।

Get real time updates directly on you device, subscribe now.