fbpx

ଅକ୍ଷର ଓ ସଂଖ୍ୟାଗୁଡ଼ିକୁ ଚିହ୍ନିବାରେ ଆପଣଙ୍କ ପିଲା ଏଭଳି ଭୁଲ କରୁଛି କି,ତେବେ ହେଇପାରେ ଏହା ଏକ ରୋଗର ଲକ୍ଷଣ

ପଢିବା ସମୟରେ ହେଉଥିବା ସମସ୍ୟାର ଏହା ଏକ ରୂପ । ନୂଆ ନୂଆ ପାଠ ପଢୁଥିବା ପିଲାଙ୍କୁ ପ୍ରାରମ୍ଭିକ ସମୟରେ ପ୍ରାୟତଃ ସଠିକ୍ ଭାବରେ ଅକ୍ଷର ଚିହ୍ନିବାରେ ସମସ୍ୟା ହୁଏ । ଏହି ସମସ୍ୟା କିଛି ସମୟ ପର୍ଯ୍ୟନ୍ତ ରହେ ଓ ବୟସ ବୃଦ୍ଧି ସହିତ ଯେତିକି ସେ ଆଗକୁ ବଢ଼େ ଏହି ସମସ୍ୟାର କମି ଯାଏ । କିନ୍ତୁ ଯଦି ଏହି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହୁଥାଏ ତେବେ ଏହାକୁ ନେଇ ସାବଧାନ ରହିବା ଆବଶ୍ୟକ । କାରଣ ଏହା ଡିପ୍ଲେକ୍ସିଆର ସଙ୍କେତ ହୋଇପାରେ ।

ତେବେ ଏହି ରୋଗ କଣ କାହିଁକି ଏପରି ହୁଏ , ଏହା ହେବା ଦ୍ୱାରା କଣ ହେଇ ଥାଏ ଆସ ଜାଣିବା:
ଡିସେକ୍ସିଆ– ଏଥରେ ପଢ଼ିବା, ଲେଖିବା ଓ ଶବ୍ଦଗୁଡ଼ିକୁ ଚିହ୍ନିବା କଷ୍ଟକର ହୋଇପଡ଼େ । କାରଣ ମସ୍ତିଷ୍କ ଶବ୍ଦ ବା ଅକ୍ଷରଗୁଡ଼ିକୁ ମିଶାଇ ଦିଏ । ଏଥିରେ ଗ୍ରସ୍ତ ଲୋକ ବା ପିଲାମାନଙ୍କର ଶିଖିବାର କ୍ଷମତା ବାକି ଲୋକଙ୍କ ଠାରୁ କମ୍ ଥାଏ। ଭଲ ଭାବରେ ପଢ଼ିବାକୁ ସକ୍ଷମ ନହେବାରୁ ପିଲାମାନେ ଅନେକ ଜିନିଷକୁ ବୁଝିପାରନ୍ତି ନାହିଁ । ଡିପ୍ଲେକ୍ସିଆ ତିନି ପ୍ରକାରର।
– ପ୍ରାଇମେରୀ ଡିପ୍ଲେକ୍ସିଆ ଯେଉଁଥରେ ପିଲାମାନେ ଅକ୍ଷର ଓ ସଂଖ୍ୟାଗୁଡ଼ିକୁ ଚିହ୍ନିବା, ପଢ଼ିବା, ମାପିବା, ସମୟ ଦେଖିବା ଓ ଅନ୍ୟ ଗତିବିଧଗୁଡ଼ିକୁ କରିପାରନ୍ତି ନାହିଁ ।
– ଭୃଣରେ ପିଲାର ମସ୍ତିଷ୍କ ବିକାଶ ନହେବା କାରଣରୁ ସେକେଣ୍ଡାରୀ ଡିପ୍ଲେକ୍ସିଆ ସମସ୍ୟା ହୋଇଥାଏ। ଏଥରେ ଶବ୍ଦଗୁଡ଼ିକୁ ଚିହ୍ନିବା ଓ କହିବାରେ ସମସ୍ୟା ହୁଏ ।
– ପିଲାର ମୁଣ୍ଡରେ ଆଘାତ ଲାଗିଲେ ଟ୍ରାମା ଡିମ୍ପ୍ଲେକ୍ସିଆ ହୁଏ । ଏଥିରେ ପିଲା ଶବ୍ଦଗୁଡ଼ିକର ଧ୍ଵନି ଶୁଣିପାରେ ନାହିଁ । ସେଥପାଇଁ ସେମାନଙ୍କୁ ଶବ୍ଦ କହିବା, ପଢ଼ିବା ଓ ଶିଖିବାରେ ସମସ୍ୟା ହୁଏ ।

ଲକ୍ଷଣ– ଅକ୍ଷରକୁ ଓଲଟା ଲେଖିବା, ଶବ୍ଦଗୁଡ଼ିକୁ ଓ ମାତ୍ରାକୁ ଓଲଟ ପାଲଟ କରିଦେବା, ବାକ୍ୟ ତିଆରି କରିବାରେ ସମସ୍ୟା, କାରଣ ନଥାଇ ରାଗ ଲାଗିବା, ଲୋକଙ୍କୁ ସାମ୍ନା କରିବାକୁ ଅସହଜ ମନେ କରିବା, ଧୀରେ ଧୀରେ ଶିଖିବା, ଖରାପ ହସ୍ତାକ୍ଷର ଡିପ୍ଲେକ୍ସିଆର କେତେକ ଲକ୍ଷଣ ।
ଯଦି ଆପଣଙ୍କ ପିଲା ପାଖରେ ଏହି ସମସ୍ୟା ରହିଛି ଏହାକୁ ନେଇ ସଚେତନ ରହିବା ଆବଶ୍ୟକ ।

Get real time updates directly on you device, subscribe now.