fbpx

ଓଡ଼ିଶା ଫେରିଲା ହକି ବିଶ୍ୱକପ୍‍ ଟ୍ରଫି; ଆଜିଠାରୁ ରାଜ୍ୟର ସବୁ ଜିଲ୍ଲା କରିବ ପରିକ୍ରମା

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ଆଜି ଓଡିଶା ଫେରିଛି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଏହି ଟ୍ରଫି ଆଜି ଭୁବନେଶ୍ୱରରେ ପହଞ୍ଚିଛି । ଟ୍ରଫିକୁ ସ୍ୱାଗତ କରିବା ଲାଗି ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ । କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ । ସେମାନେ ଏହି ଟ୍ରଫିକୁ ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରିଛନ୍ତି ।

କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ଟ୍ରଫି ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଛି । କଡ଼ା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା । ଆଜିଠୁ ଏହି ଟ୍ରଫି ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‍ ଆରମ୍ଭ ହେବ ।

Get real time updates directly on you device, subscribe now.