fbpx
BSKY SKY
BSKY SKY

ପୋଲିସ ସାଜିଲା ଚୋର! ଦିଲ୍ଲୀ IGI ଏୟାରପୋର୍ଟରେ ଚେକିଂ ସମୟରେ ଲୁଟିଥିଲେ ୫୦ ଲକ୍ଷର ସୁନା, ୨ ହେଡ୍ କନଷ୍ଟେବଳ ସସପେଣ୍ଡ୍

BSKY

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଡ୍ୟୁଟିରେ ଥିବା ୨ ହେଡ କନଷ୍ଟେବଳଙ୍କ ଉପରେ ୫୦ ଲକ୍ଷ ଟଙ୍କା ସୁନା ଲୁଟ୍ କରିଥିବା ଅଭିଯୋଗ ଲାଗିଛି । ଏହା ପରେ ଦୁହିଁଙ୍କୁ ସସପେଣ୍ଡ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ଓ ଖୁବଶୀଘ୍ର ଏହି ମାମଲାରେ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ୨ ହେଡ୍ କନଷ୍ଟେବଳ ଦିଲ୍ଲୀ ଏୟାରପୋର୍ଟ ଆଇଜିଆଇ ଥାନାର ସ୍ପେଶାଲ ଅପରେସନ ସ୍କ୍ୱାର୍ଡରେ ଡ୍ୟୁଟି ଦେଉଥିଲେ । ଦୁହିଁଙ୍କ ଉପରେ ୫୦ ଲକ୍ଷ ଟଙ୍କାର ସୁନା ଚୋରିବା ଅଭିଯୋଗ ଲାଗିବା ପରେ ପୋଲିସ ଆକ୍ସନ ମୋଡକୁ ଆସିଛି ।

ତେବେ ମସ୍କଟ ଓ କତରରୁ କିଛି ଲୋକ ଦିଲ୍ଲୀ ଏୟାରପୋର୍ଟ ଆସିଥିଲେ । ସେମାନେ ଶ୍ରମିକ ଭାବେ ନିଜ ମାଲିକର ସୁନା ନେଇ ଆସିଥିଲେ । ଅଭିଯୋଗ ହୋଇଛି କି, ପୋଲିସର ଟିମ୍ ସେମାନଙ୍କୁ ଅଟକାଇଥିଲା ଓ ଯାଞ୍ଚ ନାଁରେ ସେମାନଙ୍କଠାରୁ ସମସ୍ତ ସୁନା ଲୁଟିନେଇଥିଲେ । ଏହି ମାମଲାରେ ପୋଲିସ ୨ ହେଡ କନଷ୍ଟେବଳଙ୍କୁ ସସପେଣ୍ଡ କରି ପଚରାଉଚରା ଜାରି ରଖିଛି । ଘଟଣାସ୍ଥଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.