fbpx

ହଲିଉଡ୍ ଅଭିନେତା ଗିରଫ: ଗାର୍ଲଫ୍ରେଣ୍ଡଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଅନେକ ସମୟରେ ସେଲିବ୍ରେଟିଙ୍କ ଲଫ୍ ଲାଇଫକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥାଏ । ଅଭିନେତା, ଅଭିନେତ୍ରୀଙ୍କ କ୍ଷେତ୍ରରେ ଲଭ୍-ବ୍ରେକଅପ, ମ୍ୟାରେଜ୍-ଡିଭୋର୍ସ ଏକ ସାଧାରଣ କଥା । ତେବେ ଗାର୍ଲଫେଣ୍ଡଙ୍କୁ ଚାପୁଡ଼ା ମାରି ଫଶିଛନ୍ତି ଜଣେ ଅଭିନେତା । ପ୍ରେମିକା ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ଅଭିନେତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ହଲିଉଡ ଅଭିନେତା ଜୋନାଥନ ମେଜର୍ସ ତାଙ୍କର ଗାର୍ଲଫେଣ୍ଡଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିନେତା କ୍ରୋଧର ବଶବର୍ତ୍ତୀ ହୋଇ ତାଙ୍କ ପ୍ରେମିକାଙ୍କୁ ଚାପୁଡ଼ା ମାରିବା ସହ ତାଙ୍କର ଗଳା ଦବାଇଥିଲେ । ଏହାପରେ ପ୍ରେମିକା ଗମ୍ଭୀର ଅଭିଯୋଗ ଆଣିବା ପରେ ଅଭିନେତାଙ୍କୁ ଜେଲ ପଠାଇ ଦିଆଯାଇଛି । ଅଭିନେତାଙ୍କ ବିରୋଧରେ ମହିଳା ଜଣଙ୍କ ଗଳା ଦବାଇବା, ମାରପିଟ କରିବା ଓ ଶୋଷଣ କରିବା ନେଇ ମାମଲା ଦାୟର କରିଛନ୍ତି ।

ସୂଚନା ମୁତାବକ, ଦୁଇ ଜଣ ନ୍ୟୁୟର୍କର ବ୍ରୁକଲିନରୁ ଟ୍ୟାକ୍ସିରେ ଆସୁଥିବା ସମୟରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଅଭିନେତାଙ୍କ ଆକ୍ରମଣରେ ପ୍ରେମିକାଙ୍କ ମୁଣ୍ଡ ଓ ପୀଠରେ ଆଘାତ ଲାଗିଥିଲା । ଏଥିସହ ମହିଳାଙ୍କର କାନ ପଛରେ ଚୋଟ ଲାଗିଥିବା ବେଳେ ମୁହଁରେ ମଧ୍ୟ ଦାଗ ରହିଥିଲା । ତେବେ ପରିସ୍ଥିତି ଏପରି ଏପରି ହୋଇଥିଲା ଯେ, ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ୩୩ ବର୍ଷୀୟ ଅଭିନେତାଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

Get real time updates directly on you device, subscribe now.