fbpx

ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ ବୋଲି ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ଆସନ୍ତାକାଲି ଚଳିତବର୍ଷ ପବିତ୍ର ହୋଲି ପାଳନ କରାଯିବ । ହୋଲି ପାଇଁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଜନସାଧାରରଣଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ହୋଲିରେ ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ । ଥଣ୍ଡା, ଛିଙ୍କ ସର୍ଦ୍ଦି ଥିଲେ ହୋଲି ଆଦୌ ଖେଳନ୍ତୁ ନାହିଁ ବୋଲି ସେ କହିଛନ୍ତି । ହୋଲିରେ ଆଲିଙ୍ଗନ କି କରମର୍ଦ୍ଦନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । କରୋନା ଭାଇରସ ନେଇ ଏହିପରି ପରାମର୍ଶ ଦିଆଯାଇଥିବା ନେଇ ସୂଚନା ରହିଛି ।
ଅନ୍ୟପଟେ କରୋନା ଭାଇରସ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସରେ ଚୀନରେ ୩୮୦୦ରୁ ଉଦ୍ଧ୍ୱର୍ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ ୪୩ଜଣ କରୋନା ଭାଇରସରେ ଆକ୍ରାନ୍ତ ରହିଛନ୍ତି । ଏନେଇ ଚାରିଆଡ଼େ ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.