fbpx

ପାର୍ଟନରକୁ ଏହି ୪ଟି କଥା ଅଧିକ ଦୁଃଖୀ କରିଥାଏ, ଝଗଡାବେଳେ ଭୁଲରେ ବି କୁହନ୍ତୁ ନାହିଁ

ବିବାହ ପରେ ଦମ୍ପତିଙ୍କ ମଧ୍ୟର ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ, ଯାହାକି ସମ୍ପର୍କ ଭାଙ୍ଗିବାର ବଡ କାରଣ ହୁଏ । ଯଦିଓ ସମ୍ପର୍କରେ ସ୍ୱଚ୍ଛତା ବା ସତ କହିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି ଜିନିଷ ଲୁଚାଇ ରଖିବା ଭଲ । ତେବେ ଆସନ୍ତୁ ଜାଣିବା କିଛି ସିକ୍ରେଟ୍, ଯାହା ଆପଣ ନିଜର ପ୍ରେମ ଜୀବନରେ ଅନ୍ତର୍ଭୁକ୍ତ କରି ପାର୍ଟନରଙ୍କ ଅସନ୍ତୋଷକୁ ଦୂର କରିପାରିବେ ।

୧-ବହୁବାର କାର୍ଯ୍ୟବହୁଳତା ଭିତରେ ପାର୍ଟନର ଆପଣଙ୍କୁ ସମୟ ଦେଇ ପାରିନଥାନ୍ତି । ଯେତେବେଳେ ସେ ଆପଣଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି, ସେତେବେଳେ ଆପଣଙ୍କୁ ତାଙ୍କୁ ସ୍ୱାର୍ଥପର ବୋଲି ଭାବି ଭୁଲ୍ କରନ୍ତି । ଏହି ଶବ୍ଦଗୁଡିକ ସେମାନଙ୍କୁ ବିଭ୍ରାନ୍ତ କରିପାରେ । ସେଥିପାଇଁ ଯଦି ଆପଣ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ତେବେ କ୍ରୋଧରେ ମଧ୍ୟ ଏପରି ଶବ୍ଦର ବ୍ୟବହାର କରନ୍ତୁ ନାହିଁ ।

୨- ବିବାହ ପରେ ଦମ୍ପତିଙ୍କ କହିବା କୌଣସି ନୂଆ କଥା ନୁହେଁ । ଅନେକ ଥର ଝଗଡା ଅଧିକ ବଢିବାରୁ ଲୋକମାନେ ବିବାହକୁ ନିଜ ଜୀବନର ସବୁଠାରୁ ବଡ ଭୁଲ ବୋଲି ଭାବିବା ଆରମ୍ଭ କରିଥାନ୍ତି । ଏହି କଥାଗୁଡିକ ପାର୍ଟନରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଥାଏ । ତେଣୁ ଏପରି ଚିନ୍ତାଧାରା କେବେବି ମନକୁ ଆଣନ୍ତୁ ନାହିଁ ।

୩-ପ୍ରାୟତଃ ଲୋକମାନେ ବିବାହ ପରେ ମଧ୍ୟ ସାଥୀ ଅପେକ୍ଷା ଚାକିରିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସାଥୀକୁ ଖୁସିରେ ରଖିବା ପାଇଁ ହିଁ ତ ଆପଣ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଯେତେବେଳ ପାର୍ଟନର ହିଁ ଖୁସି ନଥିବ ତେବେ ଏତେ କଠିନ କାର୍ଯ୍ୟ କରି କଣ ବା ସଫଳତା? ସେଥିପାଇଁ କାର୍ଯ୍ୟ ସହିତ ପାର୍ଟନରକୁ ମଧ୍ୟ ସମୟ ଦେବାକୁ ଚେଷ୍ଟା କରନ୍ତୁ ।

୪-ଲୋକମାନେ ଝଗଡା ସମୟରେ ପରସ୍ପର ମାତା-ପିତାଙ୍କ ପାଇଁ ଭୁଲ ଶବ୍ଦର ବ୍ୟବହାର କରିଥାନ୍ତି । ଏପରି କରିବା ଠିକ୍ ନୁହେଁ । ଏହାଦ୍ୱାରା ସମ୍ପର୍କ ଆହୁରି ଖରାପ ହୋଇଥାଏ । ପାରସ୍ପରିକ ଝଗଡାରେ ପିତା-ମାତାଙ୍କୁ ନ ଆଣିବା ହିଁ ଠିକ୍ ।

Get real time updates directly on you device, subscribe now.