fbpx

ବାତିଲ ହେବନି ଶିକ୍ଷକଙ୍କ ଖରାଛୁଟି

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ସ୍କୁଲ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ । ଛୁଟି ବାତିଲ କଥା କହି ନଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରୋଷ୍ଟର ଡ୍ୟୁଟିରେ ଥିବା ଶିକ୍ଷକ ହିଁ ଏକ୍ସଟ୍ରା କ୍ଲାସ୍ ନେବେ । ଖରା ଯୋଗୁଁ ଛାତ୍ର ସ୍କୁଲ ଆସି ନପାରିଲେ ନିଷ୍ପତ୍ତି ନିଆଯିବ । କୌଣସି ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ପୂର୍ବରୁ ସ୍କୁଲ ଶିକ୍ଷକଙ୍କୁ ଆଉ ଖରାଛୁଟି ମିଳିବନି ବୋଲି କୁହାଯାଇଥିଲା । ଖରାଦିନେ ଶିକ୍ଷକ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Get real time updates directly on you device, subscribe now.