fbpx

ସମସ୍ତ ବିଭାଗକୁ ଗୃହ ବିଭାଗର ଚିଠି

ସୁରକ୍ଷା ବଳୟରେ ରହିବ ଲୋକସେବା ଭବନ

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୨୪ଘଣ୍ଟା ଭାରତ ବନ୍ଦ ରହିବ । ଭାରତ ବନ୍ଦକୁ ନେଇ ବିଭିନ୍ନ ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ଚିଠି ଲେଖାଯାଇଛି । ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସର ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଛି । ସକାଳ ୧୦ଟା ୧୫ସୁଦ୍ଧା ଲୋକସେବା ଭବନ ଗେଟ୍ ବନ୍ଦ ରହିବ । ସ୍ୱତନ୍ତ୍ର ସୁରକ୍ଷା ବଳୟରେ ଲୋକସେବା ଭବନ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.